STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଥୁଣ୍ଟା ମନ୍ଦିର

ଥୁଣ୍ଟା ମନ୍ଦିର

1 min
260


 ଶତ ସହସ୍ର ଧିକ୍କାର 

ହେ କଳା ପାଗୋଡ଼ା

ଘେନ ମୋର ଆନ୍ତରିକ ଅଭିଶାପ

ଭଗ୍ନ ଶିଳାର ନଗ୍ନ ରୂପେ

ଖରା ବର୍ଷାର ଦଗ୍ଧ ଚାବୁକେ

ଥରିଉଠୁ ଖଣ୍ଡ ଖଣ୍ଡ ଶିଳାସ୍ତୁପ 


ହେଇପାର ତୁମେ ବିଶ୍ଵର ଐତିହ୍ୟ

ଭାସ୍କର୍ଯ୍ୟ କଳାକିର୍ତ୍ତିର ମେରୁ ମହିରୁହ

ମାରିଦେଲ ସାରିଦେଲ

ମୂଖ୍ୟ ସ୍ଥପତି ବିଶୁ ମହାରଣା

ବାରଶହ ବଢେଇ 

କିଛି କହିବି ନାହିଁ ଥରିଉଠେ ଦେହ


ବାଧ୍ୟ କଲ ମରିବାକୁ

ଜାତି କୂଳ ଧୂଆଁବାଣେ

ଅଭିପ୍ରେରିତ କଲ ଡେଇଁବାକୁ

ରାଜଦଣ୍ଡ ଫମ୍ପା ପ୍ରତିଜ୍ଞା ହାଣେ

ବାଳୁତ ଧରମା ପରି ନିଷ୍ପାପ ପୁଅକୁ

ଚନ୍ଦ୍ରଭାଗା ସାକ୍ଷୀ ଅଛି

ଧରମ ସହିବ କି 

ଛାତିରେ ହାତଦେଇ କହି ପାରିବ କି

ଉତ୍କଳର ପୁଅ ବଳିଦାନ ଜୀବନ ମୋହ

ମରଣକୁ ବରଣ କଲା କିସ କହିବ କୁହ


ସ୍ୱାଭିମାନୀ ଓଡିଆ ଜାତି

ଅଭିଶାପ ଦେଉଛି

ତୁମକୁ କଳା ପାଗୋଡ଼ା କୋଣାର୍କ

ବିଶୁ ମହାରଣା ପୁଅକୁ ନେଲୁ

ସହି ଯାଇଥିଲି 

ଅତୀତ ଗର୍ଭରେ ଫିଙ୍ଗି ଦେଇଥିଲି ତର୍କ


ପୁଣି ଛାତି ତଳେ ନୀରବତା

ଦ୍ଵିତୀୟ କୋଣାର୍କ

ଗଢିବାକୁ ମନସ୍ଥ କରିଥିବା

ଦ୍ଵିତୀୟ ବିଶୁ ମହାରଣା

ରଘୁନାଥ ମହାପାତ୍ରେ ଛଡେଇ ନେଲୁ

ତିନି ପିଢିର ସ୍ଥପତିମାନଙ୍କୁ 

କରୋନାର ଆଁରେ ମଶାଣୀ ପଠେଇଲୁ


ଥୁଣ୍ଟା ମନ୍ଦିର ପରି ଥିବୁ ଯୁଗେ ଯୁଗେ

ରାତ୍ରିରେ ରାତ୍ରୀଚର

ଦିନରେ ଖଗପ୍ରବର ମାନେ

ମଳତ୍ୟାଗ କରୁଥିବେ ଯୁଗ ଯୁଗାନ୍ତର


Rate this content
Log in

Similar oriya poem from Tragedy