ଥୁଣ୍ଟା ମନ୍ଦିର
ଥୁଣ୍ଟା ମନ୍ଦିର
ଶତ ସହସ୍ର ଧିକ୍କାର
ହେ କଳା ପାଗୋଡ଼ା
ଘେନ ମୋର ଆନ୍ତରିକ ଅଭିଶାପ
ଭଗ୍ନ ଶିଳାର ନଗ୍ନ ରୂପେ
ଖରା ବର୍ଷାର ଦଗ୍ଧ ଚାବୁକେ
ଥରିଉଠୁ ଖଣ୍ଡ ଖଣ୍ଡ ଶିଳାସ୍ତୁପ
ହେଇପାର ତୁମେ ବିଶ୍ଵର ଐତିହ୍ୟ
ଭାସ୍କର୍ଯ୍ୟ କଳାକିର୍ତ୍ତିର ମେରୁ ମହିରୁହ
ମାରିଦେଲ ସାରିଦେଲ
ମୂଖ୍ୟ ସ୍ଥପତି ବିଶୁ ମହାରଣା
ବାରଶହ ବଢେଇ
କିଛି କହିବି ନାହିଁ ଥରିଉଠେ ଦେହ
ବାଧ୍ୟ କଲ ମରିବାକୁ
ଜାତି କୂଳ ଧୂଆଁବାଣେ
ଅଭିପ୍ରେରିତ କଲ ଡେଇଁବାକୁ
ରାଜଦଣ୍ଡ ଫମ୍ପା ପ୍ରତିଜ୍ଞା ହାଣେ
ବାଳୁତ ଧରମା ପରି ନିଷ୍ପାପ ପୁଅକୁ
ଚନ୍ଦ୍ରଭାଗା ସାକ୍ଷୀ ଅଛି
ଧରମ ସହିବ କି
ଛାତିରେ ହାତଦେଇ କହି ପାରିବ କି
ଉତ୍କଳର ପୁଅ ବଳିଦାନ ଜୀବନ ମୋହ
ମରଣକୁ ବରଣ କଲା କିସ କହିବ କୁହ
ସ୍ୱାଭିମାନୀ ଓଡିଆ ଜାତି
ଅଭିଶାପ ଦେଉଛି
ତୁମକୁ କଳା ପାଗୋଡ଼ା କୋଣାର୍କ
ବିଶୁ ମହାରଣା ପୁଅକୁ ନେଲୁ
ସହି ଯାଇଥିଲି
ଅତୀତ ଗର୍ଭରେ ଫିଙ୍ଗି ଦେଇଥିଲି ତର୍କ
ପୁଣି ଛାତି ତଳେ ନୀରବତା
ଦ୍ଵିତୀୟ କୋଣାର୍କ
ଗଢିବାକୁ ମନସ୍ଥ କରିଥିବା
ଦ୍ଵିତୀୟ ବିଶୁ ମହାରଣା
ରଘୁନାଥ ମହାପାତ୍ରେ ଛଡେଇ ନେଲୁ
ତିନି ପିଢିର ସ୍ଥପତିମାନଙ୍କୁ
କରୋନାର ଆଁରେ ମଶାଣୀ ପଠେଇଲୁ
ଥୁଣ୍ଟା ମନ୍ଦିର ପରି ଥିବୁ ଯୁଗେ ଯୁଗେ
ରାତ୍ରିରେ ରାତ୍ରୀଚର
ଦିନରେ ଖଗପ୍ରବର ମାନେ
ମଳତ୍ୟାଗ କରୁଥିବେ ଯୁଗ ଯୁଗାନ୍ତର
