ଥୁଣ୍ଟା ବରଗଛ
ଥୁଣ୍ଟା ବରଗଛ
ସାତ ପୁରୁଷର ଭିଟାମାଟି ଛାଡ଼ି
ଦୂରେ ଚାଲିଗଲେ ଗାଆଁ ସାରା
ଥୁଣ୍ଟା ବରଗଛ ପଡି ମୁଁ ରହିଛି
ଖାଇ ଖାଇ ନିତି ବର୍ଷା ଖରା ,
ଯୁଗ ବିତିଗଲା ମାୟା ମୋହରେ
ସବୁ ସ୍ୱପ୍ନ ଏବେ ମରୀଚିକା
ସବୁଜ ପ୍ରୀତିର ଆୟୁଷ ସରିଲା
ମରି ମରି ଜୀଏଁ ଆଜି ଏକା ,
ପକ୍ଷୀ ଉଡିଗଲେ ଡକା ଡକି ହୋଇ
ଆକାଶ ଛୁଇଁବାକୁ ଯେ ଯା ବାଟେ
ନିର୍ଜୀବ ପ୍ରାୟେଣ ଶାଖା ପ୍ରଶାଖା ମୋ
ବସା ବୋଲି ନାହିଁ ଫାଳେ ଗୋଟେ ,
ଅପରାହ୍ନେ ଯେବେ ଛିଡ଼ା ମୁଁ ହୋଇଛି ;
ଫଗୁଣର ସ୍ମୃତି ଶୀତଳ ମଳୟ
କେବେ କେବେ ଯାଉଛି ଛୁଇଁ ଦେଇ
ବୁଲିପଡ଼ି ଯଦି ଚମକି ଚାହେଁ ମୁଁ
ଦୂରେ ଘୁଞ୍ଚି ଯାଏ ନିମିଷେ ସେ ତ
ହାତେ ମୋଟେ ଧରା ଦିଏ ନାହିଁ ,
ରାତିର ଅନ୍ଧାରେ ଝଡ ଆସି କେବେ
ନେଇ ଯିବ ମୋତେ ସାଥେ ତା'ର
ଥୁଣ୍ଟା ବରଗଛ ସମୟ ମାଟିରେ ମୁଁ
କିବା ଭରସା ମୋ ଏ ଜୀବନର ।