ତାରିଣୀ ମା'ଲୋ
ତାରିଣୀ ମା'ଲୋ
ତାରିଣୀ ମା'ଲୋ
ତାରିଣୀ ମା'
ତୁ ତ କରିଛୁ କି କିମିଆ
ତୋ ପାଇଁ ସଭିଏଁ ହୁଅନ୍ତି ବାୟା
ତୋର ନାମ ଧ୍ୟାୟୀ ତୋର ଧାମ ଯାଇ
ଭକତ ତୋହର ତୋ ଭକ୍ତି ରେ ବାୟା
ତାରିଣୀ ମା'ଲୋ
ତାରିଣୀ ମା' ।
ବିପଦଭଞ୍ଜନୀ
ସଂକଟହାରିଣୀ
କରୁଣାକାରିଣୀ
ସଭିଙ୍କୁ ବାନ୍ଧିଛି ତୋ କରୁଣାର ମାୟା
ସଂକଟ ତାରଣ କରୁ ବୋଲି ମା'
ବହିଛୁ ନାମଟି ତୋହର
ମା'ଲୋ ତାରିଣୀ ମା'
ତାରିଣୀ ମା'ଲୋ
ତାରିଣୀ ମା' ।
ଶାଳୁଆ ବଣର ରାଣୀ
ସିନ୍ଦୂର ମନ୍ଦାରେ ଶୋଭିତ ହୁଏ ଲୋ
ତୋ ଶରୀର ମା'
ନଡିଆପାଣି ତୋର ଶ୍ରଦ୍ଧା ଟି ମା'
ତାରିଣୀ ମା'ଲୋ
ତାରିଣୀ ମା' ।
ତୋତେ ଯେ ଡାକଇ
ତୋ ନାମ ଯେ ଧରଇ
ତତକ୍ଷଣାତ୍ ତୁ ଲୋ
ତାକୁ ହେଉ ଯେ ସାହା
ବିପଦ ଆପଦର ରକ୍ଷାକାରିଣୀ
ଜଗତଜନନୀ ସଂକଟହାରିଣୀ
ତୁ ଲୋ ମା'
କେ ବୁଝି ପାରିବ କି ତୋହରି ମାୟା
ତାରିଣୀ ମା'ଲୋ
ତାରିଣୀ ମା' ।
ଘଣ୍ଟ ଘଣ୍ଟା ଶଙ୍ଖ ହୁଳହୁଳି
ନାଦ ସହ ଧୂପ ଦୀପେ
ପୂଜା ପାଉ ଲୋ ମା'
ତୋହର କରୁଣା ହୋଇଗଲେ ଊଣା
ଜଗତର କି ଆଉ ରହିବ କାୟା
ଜଗତକୁ ଦେଉ ତୁ ଛାୟା
ତୋର ସ୍ନେହ ଶ୍ରଦ୍ଧା କରୁଣା ରେ
ଏ ଜଗତକୁ ଘଣ୍ଟ ଘୋଡାଇ ଥା
ତାରିଣୀ ମା'ଲୋ
ତାରିଣୀ ମା' ।
