ତାଙ୍କରି ହସ୍ତରେ ସବୁ
ତାଙ୍କରି ହସ୍ତରେ ସବୁ
ଶିକ୍ଷାର ଅମ୍ବାର ଦିଏ ନୀତି ଶିକ୍ଷା
ଯୁବା ଯୁବତୀଙ୍କୁ ଆଜି,
ମାତା ଦିଏ ଶିକ୍ଷା ସନ୍ତାନେ ତାହାର
ବିଦେଶୀ ଭାଷାକୁ ଆଜି।
ମା ଡାକେ ଜନନୀ ଲଜ୍ଜା ଅନୁଭବ
ଶିକ୍ଷା ଦିଏ ମମୀ ଡାକ,
ଦିଏ ମାତା ଶିକ୍ଷା ସନ୍ତାନେ ତାହାର
ପିତାଙ୍କୁ ସେ ଡାଡି ଡାକ।
ପିତୃମାତୃ ଡାକ ଦେଶର ସଂସ୍କୃତି
ଆଦର ନାହିଁ ଟି ତାର,
ନିଜ ମାତୃଭାଷା କହିବାକୁ ତାରେ
ଲଜ୍ଜିତ ହୁଏ ଅପାର।
ସନ୍ତାନେ ତାହାର ଶିକ୍ଷା ଦିଏ ନିତ୍ୟେ
କରେ ମାତୃଭାଷା ହୀନ,
ପଢନ୍ତି ସନ୍ତାନେ ବିଦେଶୀ ଭାଷାରେ
ଗୌରବାନିତ୍ଵଟି ମନ।
ଶାସ୍ତ୍ରରେ ବର୍ଣ୍ଣିତ ମାତୃଭୂମି ପରା
ଜୀବନରେ ସର୍ବୋପରି,
ମାତୃଭାଷା ପରା ଜୀବନେ ଚନ୍ଦନ
ପିତୃମାତୃ ସ୍ବର୍ଗପରି।
ପିତୃମାତୃ ଯେବେ ଅଜ୍ଞାନୀ ହୋଇବେ
ଦେବେଟି ଶିକ୍ଷା ସନ୍ତାନେ,
ମମୀ ଡାଡି ଡାକ ପିତୃମାତୃ ଛାଡି
ଗର୍ବିତ ବୁଝିବେ ମନେ।
କରି ହୀନିମାନ ନିଜ ମାତୃଭାଷା
ବିଦେଶୀ ଭାଷାକୁ ଟାଣ,
ଧିକ୍କାର ସେ ଶିକ୍ଷା ପିତୃମାତୃଙ୍କର
ନାହିଁ ମାତୃଭୂମି ଟାଣ।
ବିଦେଶୀ ଭାଷାର ଆଦର ଯାହାର
ନାହିଁ ଜନ୍ମଭୂମି ପ୍ରେମ,
ହେବ ଶକ୍ତିଶାଳୀ କିପରି ଏ ରାଷ୍ଟ୍ର?
ନାହିଁ ସଂସ୍କୃତିର ଜ୍ଞାନ।
ବିଶାଳ ରାଷ୍ଟ୍ରରେ ଖଣିଜ ଅମ୍ବାର
ସବୁ କ୍ଷେତ୍ରେ ପରିପୂର୍ଣ୍ଣ,
ବିଦେଶୀ ପ୍ରେମକୁ କରି ଜପମାଳି
ଆତ୍ମନିର୍ଭରେ ଅପୂର୍ଣ୍ଣ।
ଆତ୍ମବିଶ୍ୱାସଟି ନାହିଁକି ହୃଦୟେ
ନାହିଁ କି ଶାସ୍ତ୍ରୀୟ ଜ୍ଞାନ,
କିପରି କହିବା ଜ୍ଞାନୀ ହିଁ ତାଙ୍କରେ
ନାହିଁ ମାତୃଭାଷା ଜ୍ଞାନ।
>
ଅଂଗ୍ରେଜୀ କହୁଛି ଓଡ଼ିଆ ମଧ୍ୟରେ
ହୋଇଣ ଓଡ଼ିଆ ଭାଷୀ,
କିପରି ଟି ଜ୍ଞାନୀ କହିବା ତାହାରେ
ହୋଇଛି ବିଦେଶୀ ଭାଷୀ।
ଦେଖି ପିତୃମାତୃ ଗର୍ବ କରୁଛନ୍ତି
କେତେହିଁ ପୁତ୍ର ଶିକ୍ଷିତ,
ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରିଛନ୍ତି
ହୋଇଛି ପୁତ୍ର ଶିକ୍ଷିତ।
ଅଂଗ୍ରେଜୀ କହୁଛି ବାଟୁଳି ବାଜୁନି
ଓଡ଼ିଆ ପାରେନି କହି,
ମନ୍ତ୍ରମୁଗ୍ଧ କରେ ସମସ୍ତଙ୍କୁ ପୁତ୍ର
କହୁଛି ଅଂଗ୍ରେଜୀ ସେହି।
ଗୌରବାନିତ୍ଵ ଟି ବିଦେଶୀ ଭାଷାରେ
ନାହିଁ ଟାଣ ମାତୃଭାଷା,
ବିଦେଶୀ ସଂସ୍କୃତି କରେଟି ଆଦର
ଟାଣ ନାହିଁ ରାଷ୍ଟ୍ରଭାଷା।
କିପରି ହେବଟି ଦେଶର ଉନ୍ନତି
ହେବଟି ଭାଷା ସମ୍ମାନ?
ଦେଶ ସଂସ୍କୃତିରେ ନାହିଁ ପ୍ରେମ ଭାବ
କହିବାକି ଜ୍ଞାନୀ ଜନ।
ପିତୃମାତୃ ପରା ପ୍ରଥମର ଗୁରୁ
ଶିଶୁକୁ କରେ ଶିକ୍ଷିତ,
ଆଦର କରିଣ ବିଦେଶୀ ଭାଷାକୁ
ଶିକ୍ଷାରେ କରେ ଭୂଷିତ।
ମାତୃଭାଷା ପ୍ରେମ ନାହିଁ ହୃଦୟରେ
ନାହିଁ ମାତୃଭୂମି ପ୍ରେମ,
ଚେଷ୍ଟା ଯେତେ କଲେ ବୃଥା ହେବ ସବୁ
ନାହିଁ ଜନ୍ମଭୂମି ପ୍ରେମ।
ସବୁତ ଦାୟିତ୍ୱ ପିତୃମାତୃଙ୍କର
ତାଙ୍କରି ହସ୍ତରେ ସବୁ,
ଚିନ୍ତା କରିବାକୁ ହୃଦୟରେ ଏବେ
ମାତୃଭାଷା ଅଟେ ସବୁ।
ଅତି ଶକ୍ତିଶାଳୀ ରୁଷିଆକୁ ଦେଖ
ବିଶ୍ବେ ଗୁଞ୍ଜେ ଯାର ନାମ,
ମାତୃଭାଷା ଶିକ୍ଷା ଗ୍ରହଣ କରନ୍ତି
ଆତ୍ମନିର୍ଭରରେ କାମ।
ଜାପାନକୁ ଦେଖ ପ୍ରଗତି ଅପାର
ଶିକ୍ଷା ହିଁ ମାତୃଭାଷରେ,
ସବୁ କ୍ଷେତ୍ରେ ଦେଶ ସମ୍ପନ୍ନ ହୋଇଛି
ଗୁଞ୍ଜୁଛି ନାମ ବିଶ୍ବରେ।