STORYMIRROR

Nibedita Mishra

Tragedy

3  

Nibedita Mishra

Tragedy

ତାଲିବାନୀ ନବବଧୂ

ତାଲିବାନୀ ନବବଧୂ

1 min
432


ମୁଁ ଯେ ତାଲିବାନୀ ନବବଧୂ

ଲୁହ ଓ ଲହୁରେ ଲେଖାହୁଏ ମୋ ଜୀବନୀ

ନିଜ ସ୍ବପ୍ନର ଜୁଇରେ ଲଦା

ମୋ ଇଜ୍ଜତ,ମଧୁଶଯ୍ଯା ସାଜେ ମୋ ମଶାଣୀ।

ଏଠି ବାଷ୍ପୀଭୂତ ହେଇଯାଏ

ମୋ ସହମତି ବା ସମର୍ପଣର ଶବ୍ଦାର୍ଥ 

କ୍ଷଣ କ୍ଷଣ ମୋ ନାରୀତ୍ବକୁ

କ୍ଷତାକ୍ତ କରେ ବାସରାତିର ପ୍ରତି ସ୍ପର୍ଶ।

ନିଶବ୍ଦ କାଳରାତ୍ରୀର କୋଳେ

ବିସ୍ମୃତ ବିଲୁପ୍ତ ହୁଏ ମୋ ଆର୍ତଚିତ୍କାର 

ମାତୃତ୍ବ ଦିଏନି ମୋତେ ଖୁସି

ସଂଭୋଗ ଭରେନି ଉନ୍ମାଦନା ତିଳେମାତ୍ର।

ମୋ ଗୁହାରୀ ଲାଗି କେହି ନାହିଁ

ଦେବ ଦାନବ ସମସ୍ତେ ନିରବ ନିଃଶ୍ଚଳ

କାହିଁକି ନା ଏଠି ମାଂସଲୋଭୀ

ଯୌନପିପାସୁ ମାନବ କରୁଛି ଖେଳ।

ଧିକ୍କାର ଲାଗେ ନିଜକୁ ଆଜି

ଘୃଣା ଲାଗେ ନିଜ ଶରୀର,ଆକୃତି,ରଙ୍ଗ

ସ୍ବତନ୍ତ୍ର ପରିଚୟ ପ୍ରଦାନେ

ଥିଲି ଯା'ଲାଗି ସମାଜେ ଅବିଚ୍ଛେଦ୍ଯ ଅଙ୍ଗ।

ଜୀବନଠୁ ବେଶୀ ମୃତ୍ଯୁଲାଗି 

ଆକୁଳେ ପ୍ରାର୍ଥନା କରେ ମୁହିଁ ଅହରହ

ଯେହେତୁ ଜୀବନ ପାଲଟିଛି

ମୋହର ଅତ୍ଯନ୍ତ ଅଭିଶପ୍ତ ଓ ଦୁର୍ବିସହ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy