STORYMIRROR

Chinmaya Kumar Nayak

Romance Tragedy

4  

Chinmaya Kumar Nayak

Romance Tragedy

ତା ଓଦା ଆଖି

ତା ଓଦା ଆଖି

1 min
418

ତା ଓଦା ଆଖିରେ ଆସେ ଯେବେ ବଢ଼ି

ଲୁହ ନଦୀ ବନ୍ଧ ଭାଙ୍ଗି,

ମୋ ଚାରି ପାଖର ଆର୍ଦ୍ରତା ବଢ଼ାଇ

କୁହୁଡ଼ିରେ ଦିଏ ଢାଙ୍କି। 

ତା ଆଖି ସିନା ଥାଏ ଭିଜି

ଭିତରେ ସେ କିନ୍ତୁ ଆଗ୍ନେୟ ଗିରିରେ

ଜଳି ଜଳି ଯାଏ ସିଝି।।


କେତେ ଅଭିମାନ ଉତୁରି ପଶିଛି

କେଜାଣି ତା ଜଉ ଘରେ,

ବିଶ୍ଵାସର କେତେ ଭଙ୍ଗା ଇତିହାସ

ଲେଖା ତା ଛାତି ଭିତରେ। 

ମନ ଯେବେ ଯାଏ ପୋଡ଼ି

ଯେତେ ଲୁହ ପଛେ ଝରୁ ସେ ଆଖିରୁ

ସ୍ଥିର ହୁଏ ନାହିଁ ନାଡୀ।।


ତା ଆଖି ଲୁହରେ ସେ ଏକା ଜଳେନା

ଜଳେ ବି ମୁଁ ଗୋଟା ସାରା,

କାରଣ ଖୋଜି ମୁଁ ହାରେ ପ୍ରତି ଥର

ପାଏ ଯାହା ତା ଅଧୁରା। 

ଅନ୍ଧାରରେ ପୁଣି ହଜେ,

ତା ଭାଗର ଦୁଃଖ ନିଜେ ଭୋଗିବାକୁ

ମୁଁ ରାତି ରାତି କାନ୍ଦେ ନିଜେ।।


କେଜାଣି ସେ କାହିଁ କଥା କଥାକରେ

ଚହଲି ଯାଏ ଅଧିରେ,

ଜୀବନଟା କେବେ ଫୁଲ ଶେଯ ନୁହେଁ

କଣ୍ଟା ପ୍ରତି ପାଖୁଡ଼ାରେ। 

ହାଏ ସେ କରୁଣ ଆଖି,

ଲୁହରେ ଭିଜୁ କି ଚମକୁ ଖୁସିରେ

ତା ବିନା ମୁଁ ପୁରା ଏକାକୀ।।


ସେଇ ଆଖି ପାଇଁ ଲୁହ ନଈ ଛାର

ରକ୍ତ ନଦୀ ହେବି ପାରି,

ଜୀବନ ତା ବିନା ତପ୍ତ ମରୁବାଲି

ତୃଷ୍ଣାରେ ମୁଁ ଯାଏ ମରି। 

ଆଦରିଛି ଯେବେ ଥରେ

ଯେତେ ବି ଦୁର୍ଗମ ହୋଇଥାଉ ପଛେ

ଚାଲିଥିବି ସେ ପଥରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance