STORYMIRROR

Santosh Kumar Ojha

Romance

4  

Santosh Kumar Ojha

Romance

ତୁମ ନୀରବତା

ତୁମ ନୀରବତା

1 min
517

ଯେତେ ବେଶି ମିଠା

  ତୁମ ମିଠା କଥା

ସେତେ ବେଶି କଷ୍ଟ

   ତୁମ ନୀରବତା

ତୁମେ ହସିଲେ ପଦୁଅଁ ଫୁଟେ

ତୁମେ ରୁଷିଲେ ଭୋଦୁଅ ରଟେ

ତୁମେ ରାଗିଲେ ଫଗୁଣ କାନ୍ଦେ ନିରୁତା

   ବେଶି କଷ୍ଟ ଦିଏ ପ୍ରିୟା ତୁମ ନୀରବତା ।


ତୁମେ ଯେବେ କଥା କୁହ

ଲାଜରେ କୋଇଲି ମୁହଁ

       କଳା ପଡ଼ି ଯାଏ

ସାଜିଲେ ମୌନାବତୀ 

ରୁଷୁଛି କଜଳପାତି

  ହଳଦୀ ବସନ୍ତ ବସି ବାହୁନି ହୁଏ

ନାଚ଼ ଭୁଲି କେକୀ ଯାଇ ବସୁଛି ଏକା

   ଭାରି କଷ୍ଟ ଦିଏ ପ୍ରିୟା ତୁମ ନୀରବତା ।


କହି ଦେଲେ ଦୁଃଖ ସରେ

ମଉନେ ମରମ ଘାରେ

   ସରମରେ ପଡ଼ନି ଝାଉଁଳି ,

ଦରଦୀ ଦରଦ ବୁଝେ

ପୀରତି ପ୍ରଣୟ ଖୋଜେ

    ସରଗରୁ ପାରିଜାତ ଆଣିବି ତୋଳି

ଅଭିମାନ ତେଜି ବାରେ କୁହ ତ କଥା

   ଭାରି କଷ୍ଟ ଦିଏ ପ୍ରିୟା ତୁମ ନୀରବତା ।


କେବେ କୁହ ହାତ ଠାରି

କେବେ କୁହ ଆଖି ମାରି

    କେବେ କୁହ ଓଠ ଚାପିକି ,

କେବେ କୁହ ଲେଖି ଚିଠି

କାନ୍ଥ ବାଡ଼େ ଏଠି ସେଠି

           ଚିତ୍ର ଆଙ୍କିକି

କେବେ କୁହ ଗାଇ କବିତା

    କେବେ ବୁଜି   ଆଖି ପତା

ବେଳେ ବେଳେ ଭଲ ଲାଗେ

         ତୁମ ନୀରବତା ।


ମନେ ମନେ ହସୁ ଥାଅ

ଡାକି ଦେଲେ ରୁଷି ଯାଅ

   ଚୂଟି ନେଇ ଖୋସି ଦିଅ କାନ ମୂଳରେ,

ଚଗଲା ପବନ ଜାଣି

ଟାଣି ଦେଲେ ତୁମ କାନି

   ବସି ଥାଅ ଯେବେ ଯାଇ ନଈ କୂଳରେ

ଢେଉ ଆସି ଧୋଇ ନେଲେ ପାଦ ଅଳତା

ଭଲ ଲାଗେ ଭାଙ୍ଗି ଗଲେ ତୁମ ନୀରବତା ।

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance