STORYMIRROR

Satyabati Swain

Romance

4  

Satyabati Swain

Romance

ସମସ୍ତ ପ୍ରେମ ନିଅ ଶିଳ୍ପୀ

ସମସ୍ତ ପ୍ରେମ ନିଅ ଶିଳ୍ପୀ

1 min
472

ଜୀବନ ନଈରୁ

ଅନେକ ବାଲି ରଗଡା ହାତରେ ଲାଗନ୍ତି

ସବୁ ବାଲି ରଗଡା

ଶାଳଗ୍ରାମ ହୋଇ ନ ଥାଆନ୍ତି

ସେମିତି ଅନେକ ମୁହଁ ଭିତରେ

"ତୁମେ "

ନିହାତି ନିଆରା।


ସେଦିନ ବସ୍ ଷ୍ଟାଣ୍ଡରେ 

ମୋ ତୃତୀୟ ନୟନ

ଚିହ୍ନି ପାରିଥିଲା ତୁମକୁ

ମୋ ଆବେଗ ଓ ଉଦ୍ଦୀପନା

ମୋତେ ଆଂଗୁଡି ଗେଞ୍ଜି କହିଥିଲା

ଏ ସେହି

ଯାହାକୁ ତୋ ମନ ଖୋଜେ।


କହିବାରେ ଦ୍ବିଧା ନାହିଁ

ଖୁବ୍ ଦୁର୍ବଳତା ମୋର

ସମସ୍ତ ଚିତ୍ରକର ଜାତି ପ୍ରତି

ଆହୁରି ନିଜ ଚେଷ୍ଟାରେ

ପରିଚୟ ସୃଷ୍ଟି କରି

ସ୍ୱାଭିମାନି ଓ ସ୍ୱାବଲମ୍ବୀ ମଣିଷଙ୍କ ପାଇଁ

ତୁମେ ତ ଏମାନଙ୍କ ଅଗ୍ରଦୂତ।


କେଜାଣି ଅଚିହ୍ନା ହେଲେ ବି

ତୁମେ

ଖୁବ୍ ଆପଣାର ଲାଗ

ହସିବନି

ତୁମ ପାଇଁ ଉଜାଗର ରହି ପାରେ

ରାତି ରାତି

ତୁମ ଚିତ୍ର ଭିତରେ ହଜି

ସତରେ

ତୁମ ଚିତ୍ର

ଏମିତି କଥା କୁହନ୍ତି କେମିତି !!!


ମୋ ଅନ୍ତରଙ୍ଗ ଓ ଆତ୍ମୀୟତା

ଚଦର ତଳେ ଯେତେ ଅଛନ୍ତି

ତୁମେ ଅନନ୍ୟ ନିଶ୍ଚୟ

ଏବେ ତ ତୁମେ

କିଛି ପାଦ ଆଗରେ

ଶ୍ରେଷ୍ଠ ଚିତ୍ରକର

ଜଣା ଶୁଣା ନାଁ ଟିଏ 

ମୋର ସମସ୍ତ ପ୍ରେମ ଓ ସମ୍ମାନ ନିଅ ଶିଳ୍ପୀ।


ସମୟ ସ୍ରୋତରେ

ବୟସ ଆୟୁଷ ବେହୋସ୍

ଗାଢ଼ କ୍ୟାଲେଣ୍ଡର ପୃଷ୍ଠା

ମୋତେ କହିଲା

ଆଜି ମୋ ପ୍ରିୟ ଚିତ୍ର ଶିଳ୍ପୀଙ୍କ

ଜନ୍ମ ଦିନ

ଟିପେ ଶୁଭେଚ୍ଛା

ପ୍ରିୟ ମୋର ଘେନିବ !


ମାଟିରେ ପାଦ ସଶକ୍ତ କରି

ଡେଣାରେ ଅସୀମ ଶକ୍ତି ଭରି

ତୁମେ ଉଡାଣ ଭର

ଇପ୍ସିତ ଲକ୍ଷ୍ୟ ଆକାଶେ

ସୁସ୍ଥତା ଓ ଖୁସିପକ୍ଷୀ

ତୁମ ଚାଳ ପରେ ନିତି

କିଚିରି ମିଚିରି କରନ୍ତୁ

କ୍ଲାନ୍ତ ନୁହେଁ

ବ୍ୟକ୍ତ କର ପ୍ରତିଷ୍ଠିତ ହୁଅ

ସମଗ୍ର ଜନ ହୃଦେ ଛାଇ

ହେ ମୋର ପ୍ରିୟତମ ଶିଳ୍ପୀ

ମୋ ହୃଦୟର ସମସ୍ତ ପ୍ରେମ

କେବଳ ତୁମ ପାଇଁ।।



Rate this content
Log in

Similar oriya poem from Romance