STORYMIRROR

Satyabati Swain

Romance

4  

Satyabati Swain

Romance

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
369


ପ୍ରେମ ହୃଦୟରୁ ଆତ୍ମାକୁ ଛୁଏଁ

ପ୍ରେମ ପ୍ରେମମୟ କରି

ପୁଣ୍ୟତା ଦିଏ

ଗଢେ 

ଦେବାରେ ଆନନ୍ଦ ଅନୁଭବ କରେ।


ପ୍ରେମରୁ ଘୃଣା ଯିବା ରାସ୍ତାରେ

ପ୍ରତିଶୋଧ

ରଂଗଶାଳା ଟିଏ ପଡେ

ଆସକ୍ତ ହେଲେ ସର୍ବନାଶ।


ବିଶ୍ବାସ

ମନ୍ଦିରଟିଏ ବି ଥାଏ

ଅଣ ଦେଖା କଲେ ବିପଦ।


ଭରସା 

ହସ୍ପିଟାଲ୍ ଟିଏ ଦେଖାଦିଏ

ଉପଯୁକ୍ତ ସମୟରେ

ଉପଚାର କଲେ

ଆରୋଗ୍ୟ ହେବାର

 ସମ୍ଭାବନା ଟିଏ ଥାଏ।


କ୍ରୋଧ

ଅବିଶ୍ବାସ

ଭୁଲ୍ ବୁଝାମଣା ବନ୍ଧୁ ମାନେ ବି

ପାଖେ ପାଖେ ଥାଆନ୍ତି

ଟିକେ ହୁସିଆର ରହିବେ।


ନଲେ ସମ୍ପର୍କ ବାଡ଼ି 

ଅଚିରେ ନାଶ ଯିବ ଜାଣିବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance