Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramachandra Bhutia

Abstract Romance Inspirational

4  

Ramachandra Bhutia

Abstract Romance Inspirational

ଶ୍ରୀ ଶୈଳପୁତ୍ରୀ

ଶ୍ରୀ ଶୈଳପୁତ୍ରୀ

1 min
540


ଶକ୍ତି ସ୍ୱରୂପିଣୀ    ଅଭୟ ଦାୟିନୀ

    ମୁକ୍ତି ପ୍ରଦାୟିନୀ ମାତା

ମମତାମୟୀ ମା     କଲ୍ୟାଣକାରେଣୀ

    ବନ୍ଦେ ଗିରିରାଜ ସୂତା ।


ଆଦ୍ୟାଶକ୍ତି ତୁମ୍ଭେ     ନବଦୁର୍ଗା ମଧ୍ୟେ

    ଶୈଳପୁତ୍ରୀ ମାଆ ପାର୍ବତୀ

ହୈମବନ୍ତ ଗିରି     ପିୟର ତୁମ୍ଭର

    ମାତା ନାମ ମେନାବତୀ ।


ବୃଷଭ ଆରୁଢ଼ା     ତ୍ରିଶୂଳ ଧାରିଣୀ

    ପଦ୍ମହସ୍ତ ସୁଶୋଭିତା

ଅର୍ଦ୍ଧଚନ୍ଦ୍ର ତୁମ୍ଭ     ମସ୍ତକେ ବିରାଜେ

    ତେଜ କୋଟି ସୂର୍ଯ୍ୟସ୍ନାତା ।


ମୂଳାଧାରେ ମନ     କରିଦେଇ ସ୍ଥିର

    ସାଧକ କରଇ ଧ୍ୟାନ

ଚନ୍ଦ୍ରଦଶା ଥିଲେ     ଦୂର ହୋଇଯାଏ

    ତୁମ୍ଭ ପଦେ ଦେଲେ ମନ ।


ଅଜ୍ଞାନ ବାଳୁତ     କରୁଛି ପ୍ରଣାମ

    ବିଦ୍ୟା ବୁଦ୍ଧି ମୋର ନାହିଁ

ଆହେ ପରାଶକ୍ତି     ତୁମ୍ଭର ମହିମା

    ବର୍ଣ୍ଣିବାକୁ ଶକ୍ତି କାହିଁ ।


ଶାରଦ ପାର୍ବଣ     ନବରାତ୍ର ମଧ୍ୟେ

    ଆଦ୍ୟେ ପାଅ ତୁମ୍ଭେ ପୂଜା

ସନ୍ତାନ ବତ୍ସଳା     ଦୁର୍ଗତି ନାଶିନୀ

    ଉଡ଼ାଇ ବିଜୟ ଧ୍ଵଜା ।


କ୍ଷମା କର ମାତ     ମୁଁ ଅବୋଧ ସୂତ

    ଭକ୍ତିହୀନ ଜ୍ଞାନହୀନ

ମାତା ବୋଲି ତୁମ୍ଭ     ଚରଣେ ସମର୍ପି

    ଦେଲି ମୋର ତନୁ ପ୍ରାଣ ।



Rate this content
Log in

Similar oriya poem from Abstract