STORYMIRROR

Snigdha Nayak

Abstract

3  

Snigdha Nayak

Abstract

ତା'ହେଲେ କ'ଣ....ମୁଁ ମରିଯାଇଛି ?

ତା'ହେଲେ କ'ଣ....ମୁଁ ମରିଯାଇଛି ?

1 min
482

କାହିଁ...କେତେବେଳୁ

ଏ ନିର୍ଜନ ଜାଗାରେ ରେଲଗାଡି ଟି ରହିଛି

ରାତ୍ର ର ଜନପୂର୍ଣ ବଗିଟି

ପାହାନ୍ତିଆ ହଉ ନ ହଉଣୁ ଜନଶୂନ୍ୟ

କି...ଆଶ୍ଚର୍ଯ୍ୟ


ସମ୍ପୂର୍ଣ ବଗିଟି ଜନଶୂନ୍ୟ

ଆଉ ମୋ ଆସ୍ତାନେ...ଏ କିଏ

ରାତି ପାହି ମଧ୍ୟାହ୍ନ

ଅଥଚ ନିଘୋଡ଼ ନିଦରେ ଶୋଇ ରହିଛି

ନାହିଁ କି ପରିଚୟ ତାର

ଅଙ୍ଗୁଷ୍ଠ ରେ କାହିଁ ବେନାମୀ 

ପରିଚୟ ର ଠିକଣା ଟେ ଝୁଲୁଛି


ସେ କି ମୋ ଆସ୍ତାନ କୁ ମାଡି ବସିଛି

ନା' ମୁଁ ମୋ ଠିକଣା କୁ ଆସିଯାଇଛି

ଅଳପ ଦୂରେ ଏ କି ଭିଡ଼

ଭିଡ଼ ମଧ୍ୱେ ଅନେକ ଟା ଚିନ୍ହା ମୁଖ

ବିଷ।ଦ ଭରା ମୁଖ, ନ ଫୁଟଇ କାହା ହସ

କେଉଁ ବିଷାଦେ ସଭିଏଁ ବିବଶ


ଏତେ ଜନଗହଳି ପୂର୍ଣ

ଆହ୍...!ଇଏ ତ ସିଏ

କି ପାଇଁ ସାଜେ ବଧୁବେଶ

ବେନାମୀ ଠିକଣା ଜାଗାରେ

ଝଲସି ଉଠୁଛି ଚିକ୍ ଚିକ୍ କରୁଥିବା ଗୋଡ଼ମୁଦି

ହାତରେ ମେଞ୍ଛା ଏ ନାଲି ଚୁଡ଼ି

ସଜାକାଠ ଠିକ୍ ଶ୍ମଶାନ ଜୁଇ ଭଳି

ହେଲେ ଏ ବଧୂସଜା

ଓଃ! ,ବେଦି ହୋମ କି

ମୁଖ ତ ସଭିଙ୍କ ଚିଂହା

ଯେତେ ଡାକିଲେ ବି କରନ୍ତି କାହିଁ ଅଚିହ୍ନ।


କରି ଅଣଶୁଣା ବୋଉ ମୋର 

ଏକାଧାରେ ରେଲଗାଡି ଭିତରେ

ବୋଉ...ବୋଉ..ଡାକଛାଡ଼ି ମୁଁ ତା'ପଛରେ

ପଣତ କାନି କୁ ମୁହଁରେ ଚାପିଛି

ଆଖିରୁ ଧାର ଧାର ଲୁହ ଗଡେଇଚାଲିଛି

ତା'ହାତ ତିଆରି ଆରିସା ଯେତେ

ଗୋଟାଉଛି ମୋ ଆସ୍ଥାନ ରୁ କେତେ

ମୋ ଅଜାଣତେ ପଡିଛି ବୋଲି କହେ ଯେବେ

ନ ବୁଝି ମତେ ,ଆହୁରି ଭୋ.. ଭୋ..ହୋଇ କାନ୍ଦେ ସେବେ

ବୋଉ ବୋଉ


କାହିଁ ଦେହ ମୋର ଜଳିଯାଏ

ଓଃ.. ଉଫ୍... କି ବେଦନା

ଆ..ହ୍...।।

ଦଉଡିଯାଏ ବାହାରି ସେଠୁ

ଖୋଲା ପଡିଆ ର ସେ ଭିଡକୁ

ଆରେ..ଏ ...କି

ବେଦୀକୁଣ୍ଡ ଉପରେ ନଵଵଧୁ ଟି ଶୋଇଛି

ଏ ତ ଶ୍ମଶାନ ଜୁଇ ଭଳି ଲାଗୁଛି

ଜୁଇ ରେ ସେ ଶୋଇଛି ଅଥଚ ମୁଁ ଜଳୁଛି

ଧବଳ ପରିଧାନ ଟି ମୁଖରୁ ହଟିଯାଇଛି

ଇଏ ତ ଅବିକଳ ମୋ ପରି ଦିଶୁଛି

ତା' ହେଲେ କଣ

ମୁଁ ମରିଯାଇଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract