STORYMIRROR

pranati Mahapatra

Romance Fantasy

4  

pranati Mahapatra

Romance Fantasy

ସ୍ଵ୍ୟପ୍ନ ନା ବାସ୍ତବ

ସ୍ଵ୍ୟପ୍ନ ନା ବାସ୍ତବ

1 min
370


ନିତି ଆସ ସପନରେ କେବେ ଛୁଇଁ ପାରେନି

ମନଲୋଭା ଚେହେରାକୁ ଜମା ଭୁଲି ପାରେନି,

କାନେ କହେ କେତେ କଥା ମନେ ରଖି ପାରେନି,

ସପନଟା ସତ ହେବ କେଜାଣି ମୁଁ ଜାଣେନି।


ସେ ଆସିବା ବାରତା ସପନ ଦେଇଥାଏ

ତା ଆଖିକୁ ଚାହିଁ ଦେଲେ ମୁଁ ଲାଜେଇ ଯାଏ

ତା ଦେହର ବାସ୍ନାରେ ମୋ ପେଟ ପୁରିଯାଏ

 ରାଗ ଅଭିମାନ ନିମିଷେ ମିଳେଇ ଯାଏ।


ରାତିଟା କେଡ଼େ ମଧୁର ଦିନ ଭାରୀ ବାଦୁଆ

ରାତି କଥା ଭାଳି ଭାଳି ମୁଁ ଅଖିଆ ଅପିଆ

ରାତି ପରି କାହାଣୀ ମୋ ମଧୁସ୍ମୃତି ହୋଇଛି

ସବୁ ବେଳ ଦିନ ଲାଗେ ରାତିକୁ ମୁଁ ଚାହିଁଛି।


ଦିନ ପରି ହଜିଗଲ କେଉଁ ଅମା ଅନ୍ଧାରେ

ଆଗୋ ପ୍ରିୟ ଛଟପଟ ତୁମ ଭାବନାରେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance