ସ୍ଵ୍ୟପ୍ନ ନା ବାସ୍ତବ
ସ୍ଵ୍ୟପ୍ନ ନା ବାସ୍ତବ
ନିତି ଆସ ସପନରେ କେବେ ଛୁଇଁ ପାରେନି
ମନଲୋଭା ଚେହେରାକୁ ଜମା ଭୁଲି ପାରେନି,
କାନେ କହେ କେତେ କଥା ମନେ ରଖି ପାରେନି,
ସପନଟା ସତ ହେବ କେଜାଣି ମୁଁ ଜାଣେନି।
ସେ ଆସିବା ବାରତା ସପନ ଦେଇଥାଏ
ତା ଆଖିକୁ ଚାହିଁ ଦେଲେ ମୁଁ ଲାଜେଇ ଯାଏ
ତା ଦେହର ବାସ୍ନାରେ ମୋ ପେଟ ପୁରିଯାଏ
ରାଗ ଅଭିମାନ ନିମିଷେ ମିଳେଇ ଯାଏ।
ରାତିଟା କେଡ଼େ ମଧୁର ଦିନ ଭାରୀ ବାଦୁଆ
ରାତି କଥା ଭାଳି ଭାଳି ମୁଁ ଅଖିଆ ଅପିଆ
ରାତି ପରି କାହାଣୀ ମୋ ମଧୁସ୍ମୃତି ହୋଇଛି
ସବୁ ବେଳ ଦିନ ଲାଗେ ରାତିକୁ ମୁଁ ଚାହିଁଛି।
ଦିନ ପରି ହଜିଗଲ କେଉଁ ଅମା ଅନ୍ଧାରେ
ଆଗୋ ପ୍ରିୟ ଛଟପଟ ତୁମ ଭାବନାରେ।

