"ସ୍ଵୟଂଶ୍ରୀ"
"ସ୍ଵୟଂଶ୍ରୀ"
ତୁମେ ମାତା ତୁମେ ଜନନୀ
ତୁମେ ଜନ୍ମଦାତ୍ରୀ ତୁମେ ସର୍ବ ଶକ୍ତି
ସକଳ ସୃଷ୍ଟି ର କାରିଣୀ
ଆଦିଶକ୍ତି ଆଦିମାତା
ତୁମେ ଦେବ, ଗନ୍ଧର୍ବ,
ମାନବ ଙ୍କର ଅଟ ମାତା ଶ୍ରୀ
ତୁମେ ସିଦ୍ଧି ତୁମେ ବୁଦ୍ଧି
ତୁମେ ଏ ସୃଷ୍ଟି ର ସ୍ଵୟଂଶ୍ରୀ ।
ତୁମେ ନର ତୁମେ ନାରୀ
ତୁମେ ହର ତୁମେ ହରି
ତୁମେ ଦୁର୍ଗା ତୁମେ ଦେବୀ
ଏ ସୃଷ୍ଟି ର ମହାଦେବୀ
ଜଗତ୍ଧାତ୍ରୀ ଜଗତ୍ ଦେବୀ
ତୁମେ କୃଷ୍ଣ ତୁମେ କୃଷ୍ଣା
ତୁମେ ଗୋପ ତୁମେ ଗୋପା
ତୁମେ ଗୋପର ଗୋପନାରୀ
ତୁମେ ଭୂମି ତୁମେ ଭୂମା
ତୁମେ ସଂସାରେ ଏକା ସ୍ଵୟଂଶ୍ରୀ ।
ତୁମେ ପରିବାର ତୁମେ ଏ ସଂସାର
ତୁମେ ଦେଶ ଅନୁଷ୍ଠାନ ତୁମେ ହିଁ ବିଚାର
ଏ ବିଶ୍ଵ ବ୍ରହ୍ମାଣ୍ଡ ସବୁ ତ ତୁମରି
ତୁମେ ଅବତାର ତୁମେ ଅବତାରି
ଏ ଭବ ସଂସାରୁ
ତୁମେ କର ଏକା ପାରି
ଏ ଧରାରୁ ତୁମେ ପାପ ନାଶ କରି
ନାମ ବହିଅଛ
ପୁଣ୍ୟ ଗଙ୍ଗା ମାତା ତୁମେ ହିଁ ଗଉରୀ
ତୁମେ ଈଶ୍ଵର ତୁମେ ହିଁ ଈଶ୍ଵରୀ
ଏ ସଂସାର ହାଟରେ
ତୁମେ ଏକା ସ୍ଵୟଂଶ୍ରୀ।
ତୁମେ ଜନନୀ, ଭଗିନୀ,
ଜାୟା ରୂପ ଧାରୀ
ତିନି ରୂପେ ତୁମେ
ଥାଅ ଏ ସଂସାରେ ପୂରି
ଅବଳା ଦୁର୍ବଳା ବୋଲି ଭାବନ୍ତି
ତୁମକୁ ଏ ଛାର ସଂସାରୀ
ଲୋଭ ମୋହ ମାୟା କ୍ରୋଧ ପରିହରି
ଦେଖାଅ ତୁମେ ଧୈର୍ଯ୍ୟ ଓ ସାହାସ
ସଂସାର ମଙ୍ଗଳ ନିମନ୍ତେ
ବରଷି ତବ କରୁଣାର ବାରି
ଶତ୍ରୁ କୁ ତୁମେ ପାର ଜୟ କରି
ସକଳ ଶକ୍ତି ତୁମ ଠାରେ
ଥାଏ ବୋଲି ଭରି
ଏ ଜଗତେ ତୁମ କେହି ନାହିଁ ଅରୀ
ସେ ପାଇଁ ତୁମେ ସ୍ଵୟଂସିଦ୍ଧା ସ୍ଵଂୟ ଶ୍ରୀ ।
