ସୁଯୋଗ ପାଇଲେ ମନୁଷ୍ୟର ସତ୍ୟତା ଜଣା
ସୁଯୋଗ ପାଇଲେ ମନୁଷ୍ୟର ସତ୍ୟତା ଜଣା
ହେଉ ସତ୍ୟ, ତ୍ରେତୟା, ଦ୍ୱାପର ଅବା
ହେଉ କଳି ଯୁଗ,
ମଣିଷ ମଧ୍ୟେ ଅଧର୍ମୀ ଓ ଧାର୍ମିକ ବ୍ୟକ୍ତି
ସର୍ବଦା ପାଇବ ।
ଅଧର୍ମୀ ଯିଏ, ଛା଼ଡି ସତ୍ୟ ପଥ, ଯୁଗ
ଯୁଗ ଧରି ବିଶ୍ୱରେ
ସେ ଲୋକ ରହିବା ସଦା ଭଲ ପାଏ
ଅନ୍ୟାୟ କର୍ମରେ ।
ଯୁଗ ଯୁଗ ଧରି ବଡ଼ ବିଚିତ୍ର ଅଟଇ
ସୃଷ୍ଟିରେ, ସ୍ରଷ୍ଟାଙ୍କର,
ସତ୍ୟ ପଥ ବାଛି ଚାଲିବା ଭାରି ତ
ଖସଡ଼ା ମଣିଷ ପକ୍ଷର ।
ଅଟଳ ନିଶ୍ଚଳ, ନିର୍ମଳ, ହାତେ ମାପି
ଚାଖଣ୍ଡେ ଚାଲିବା
ସଠିକ ଢଙ୍ଗରେ ନଚାଲିଲେ ଚକିତ
ଶକ୍ତ କଚଡା ପାଇବା ।
ଜୀବନଟା ପାଣିର ଫୋଟକା ଭଳି,
ଆଜି ଅଛି କାଲି ନାହିଁ
ଏ ଘୋର ସତ୍ୟ ବଚନକୁ ମନରେ
ରଖିବାକୁ ହେବ ଭାଇନ।
ମୃତ୍ୟୁ ସୁନିଶ୍ଚିତ, ଧନୀ ଗରୀବ ସମାନ,
ଏ ନିଷ୍ଠୁର କବଳରୁ
କେହି ତ କେବେ ମୁକୁଳିବାର ଅନ୍ୟ
ପନ୍ଥା ନାହିଁ ସେଥିରୁ ।
ସୁଯୋଗ କୌଣସି ବ୍ୟକ୍ତିକୁ ମିଳିଲେ,
ତାର ସତ୍ୟତା ସାଧୁତା
ପରୀକ୍ଷା ହୋଇ ପାରେ ଓ ପଡେ ଜଣା
କେବଳ କର୍ମପନ୍ଥା ।
ନଚେତ ସମସ୍ତ ମଣିଷ ସତୁଆ ଓ ସାଧୁ
ବୋଲି ହୁଏ ଜଣା
ବଜାରେ ବାଟରେ ସଭା ସମିତିରେ ବଜାଇ
ଥାଏ ତାହାର ବୀଣା ।
ଯିଏ ପ୍ରତାରଣା ମିଥ୍ୟା ପ୍ରବଞ୍ଚନାର ତରଙ୍ଗ
ମଧ୍ୟେ ଭାସୁଥାଇ,
ସେ କି ଛାଡି ଅଧର୍ମ ଅସତ୍ୟର ବାଟ, ସତ୍ୟ
ପଥେ ଚାଲି ନପାରଇ ।
ନିମ୍ବ ଗଛ ମୂଳେ ଚିନି ଅଜାଡିଲେ ନିମ୍ବ କି
ପାଏ କି ମଧୁରତାକୁ
ଜାଣିନ କି ହେ ମୋର ସବୁ ଭଉଣୀ ଓ ଭାଇ,
ଏ ଗୂଢ ତତ୍ତ୍ୟଟିକୁ ।
ଅନ୍ଧତ୍ୱରେ, ଅଜ୍ଞାତ ସାରରେ, ଅନ୍ୟ
ପ୍ରରୋଚନାରେ ମାତିଲେ,
ଛାଡେ କି ପଦ ଯିଏ ଥାପିଥାଏ ଅସତ୍ୟ
ଅନ୍ୟାୟ ପଥ ଥରେ ।
ଜ୍ଞାନ ଆହରଣ କରିବାର ମନୋବୃତ୍ତି
ଥିଲେ ଯାହାର ରହିଥାଏ
ଜ୍ଞାନୋଦୟ ହୋଇ ଅପଥକୁ ତେଜି
ସୁପଥେ କେବଳ ଫେରିଥାଏ ।
ନଥିଲା ଦେଶରେ ଯେବେ ପାଶ୍ଚାତ୍ୟ
ସଂସ୍କୃତି, ଶିକ୍ଷା ଓ ପରମ୍ପରା
ନଥିଲେ କି କଂସ, ରାବଣ, ଦୁର୍ଯ୍ୟୋଧନ
ପରି ମଣିଷ ଦେଶସାରା ।
ନଥିଲା କି ଏ ଭାରତବର୍ଷେ, ଦୁର୍ନୀତି,
ଅତ୍ୟାଚାର, ପାପ ର ଶାସନ
ଅଧର୍ମ, ଅବିଶ୍ୱାସ ଶଠତା ଲାଞ୍ଛନା,
ପ୍ରତାରଣା ଓ ନାରୀକୁ ହରଣ ।