ସୂର୍ଯ୍ୟଙ୍କ ଦାଉ
ସୂର୍ଯ୍ୟଙ୍କ ଦାଉ
ଆସନ୍ତେ ଗ୍ରୀଷ୍ମକାଳ କାନ୍ଦେ ମେଦିନୀ,
ସୂର୍ଯ୍ୟଙ୍କ ଦାଉ ଜମା ସହି ହୁଏନି।
ଗଛ ପତର ଜୀବଜନ୍ତୁ ସକଳ,
ହୁଅନ୍ତି ଛଟପଟ ପ୍ରାଣ ବିକଳ ।
ଶୁଖିଯାଏ ତଟିନୀ କୂଅ ପୋଖରୀ,
ଅଂଶୁଘାତରେ ପ୍ରାଣ ଯାଏ ବାହାରି।
ମନ ଖୋଜଇ କାଞ୍ଜି ସର୍ବତ ପାଣି,
ଘୋଳଦହି ସାଙ୍ଗକୁ ବାସି ତୋରାଣି।
ଆଇସ୍କ୍ରିମ୍ ପାଇଁ ପିଲେ କରନ୍ତି ଅଳି,
କୋଲ୍ଡ୍ ଡ୍ରିଙ୍କ୍ସ ୍ ଦୋକାନରେ ବଢେ ଗହଳି।
କଳା ଚଷମା, ଛତା , ଧଳା ପୋଷାକ,
ପଙ୍ଖା ପବନ ଏବେ ଦିଅଇ ସୁଖ ।
ସୂର୍ଯ୍ୟଙ୍କ ଦାଉ ହୁଏ ଅସହ୍ଯ ଯେତେ,
ବିଦ୍ୟାଳୟର ଛୁଟି ବଢଇ ସେତେ ।
ତେଣୁ ଏ ଗ୍ରୀଷ୍ମ କାଳ ଋତୁରେ ସାର,
ବାନ୍ଧବ ଅଟେ ଗୁରୁ ଗୁରୁମା'ଙ୍କର ।
