ନିର୍ଦ୍ଦୟ ମଣିଷ
ନିର୍ଦ୍ଦୟ ମଣିଷ
1 min
223
ଜୀବ ଜଗତରେ ଶ୍ରେଷ୍ଠ ବୋଲି ସିନା
ମଣିଷକୁ କୁହାଯାଏ,
ହେଲେ ସେ ମଣିଷ ନିର୍ଦ୍ଦୟ ପଣରେ
ଅମଣିଷ ହୋଇଯାଏ।
ବୁଝେନାହିଁ ସିଏ ସମ୍ପର୍କର ଭାଷା
ରକତରେ ଖେଳେ ହୋଲି,
ଛଡେଇନିଏ ସେ ପର ଅଧୀକାର
ମାନବିକତାକୁ ଭୁଲି।
ଜୀବେ ଦୟା ନାହିଁ ଧର୍ମରେ ତାହାର
ତାଙ୍କୁ ମାରି ଖାଇଯାଏ,
ତରୁଠାରୁ ତୃଣ କାହାକୁ ଛାଡେନା
ସବୁ ଧ୍ୱଂସ କରିଦିଏ ।
ଯାତନା ଦେବାକୁ ଭଲପାଏ ସିଏ
ଶୋଷଣରେ ଖୁସିହୁଏ,
ମାଆର ନୁହଁ କି ରାଷ୍ଟ୍ରର ନୁହଁ ସେ
ସମାଜର ଶତ୍ରୁଟିଏ।
ହେ ଦୟାସାଗର ପରମ ଈଶ୍ୱର
ଏତିକି ହୁଅ ସଦୟ,
ମଣିଷଠି ରହୁ ମଣିଷ ପଣିଆ
ନହେଉ ସିଏ ନିର୍ଦ୍ଦୟ ।
ଅପଲତା ଆରୁକ,
ମନୋହରପୁର,ମୟୂରଭଞ୍ଜ
