STORYMIRROR

Nirupama Bhattamishra

Abstract

2  

Nirupama Bhattamishra

Abstract

ସୂର୍ଯ୍ୟ ସଂଧାନ

ସୂର୍ଯ୍ୟ ସଂଧାନ

1 min
163

ଯଦି କେଵେ ଆସ ତୁମେ

ଅଚାନକ

ଦେଖିବ

ଏହି ଅସୂର୍ଯ୍ୟ ଉପନିବେଶରେ

କେତେ ସୂର୍ଯ୍ୟ ବଳିପଡିଛନ୍ତି ଏଠି

ଚେନାଏ ଆଲୁଅ ପାଇଁ

ସ୍ମୃତି ସବୁ ଚେନା ଚେନା ଆଲୁଅ ଦେହରେ

ଗୁନ୍ଥି ହୋଇ କେତେବେଳୁ ବିଷ ପାଲଟିଛି

ତୁମେ କେମିତି ବା ବୁଝିବ

ସବୁ ସୂର୍ଯ୍ୟ ଆଜି ନୀଳକଣ୍ଠ ସାଜି

ସଢୁଛନ୍ତି ଅମା ଅନ୍ଧାରର କାରାଗାରେ

ଆଉ ଯଦି କେଵେ

ରମଣୀୟ ଅପରାହ୍ନ ରେ ଆସ ତୁମେ

ଦୂରେ ବହୁଦୂରେ କେହି ଜଣେ

ହାତ ଠାରି ଡାକୁଥାଏ

ସେ କାଳେ ସୂର୍ଯ୍ୟ ତ ନୁହେଁ

ଯଦିଓ ତୁମେ ସୂର୍ଯ୍ୟ

ତୁର୍ଯ୍ୟ ନାଦରେ ଘନଘୋର

ଅନ୍ଧାର କୁ ଠେଲିଦେଇ ଆସ

ଆମେ ଏଠି ବସିଛୁ

ଆଲୁଅ ପ୍ରତୀକ୍ଷା ରେ

ଅନେକ ସୂର୍ଯ୍ୟ ର ମୃତ୍ୟୁ ପରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract