STORYMIRROR

Debjani Sathua

Abstract Classics

3  

Debjani Sathua

Abstract Classics

ସୁତା - କାନ୍ତା - ମାତା

ସୁତା - କାନ୍ତା - ମାତା

1 min
240

ଅଜ୍ଞ ସଂସାରି,


ଅଲିଅଳି ଦୁହିତା, 


ବାଳିକା ସ୍ମୃତି ପାଶୋରି।


 ପୁତ୍ରବଧୂ ନବାଗତା ,


କୋମଳ କଳିିିକା ପ୍ରସ୍ଫୁଟିତା,


ନବଯୌବନା ପ୍ରେମ ବିଭୋରିିତା,


ପ୍ରିତି ସାରଣୀ ସଞ୍ଚିତା,


ସୁୁନେଲି ସ୍ୱପ୍ନ ଅଙ୍କୁରିତା ।


ସମାଜ ବଧୂ ଚିରାଚରିତତା ,


କର୍ତ୍ତବ୍ୟ ନୀତି ଅନୁୁଶାସିତା ,


ଧୂୂମ ବିିଲିନ ସୁସ୍ୱପ୍ନ ତା' ।


ସହଚର ସହଯୋଗ ବଞ୍ଚିତା ,


 ସଂସାରେ ବାଧ୍ୟତା ମାତା ,


ସ୍ୱସୃଷ୍ଟ ଜୀବନୀ ଯତ୍ନେ ନିମଜ୍ଜିତା। 


ସ୍ୱ ଆତ୍ମା କୋଟର ନିର୍ବାସିିତା ,


ଆଶା ଅଙ୍ଗାରେ ଶାୟିତା ,


ଶକ୍ତି ଧାରିଣୀ ମା' ଅଭିହିତା ।


ଧୈର୍ଯ୍ୟ ସହିଷ୍ଣୁ କାନ୍ତା ,


ସ୍ୱସ୍ଥିତି ପରିଚୟ ବିିଲିପ୍ତା।


ସର୍ବଂସହା ଜାୟା ବିିିବେଚିତା,


ବୁୁୁକ ଗହ୍ୱର ମମତା ସାନ୍ଧ୍ରତା,- 


ଜନ୍ମିତ ସନ୍ତତି ବିସରିତା ।


ପ୍ରି୍ତି ବନ୍ଧନ ସାଥୀ ଇଛୁକତା ,


ଲଭିବା ଜାୟା ବକ୍ଷ ଉଷ୍ମତା ।


ସ୍ୱପ୍ନିଳ ଅଦୃଶ୍ୟ ଲୋତକ ତା'


ସୂୂୂଚାଏ ବେଦନାର ଅବ୍ୟକ୍ତତା ।


ମଞୁଳ ସ୍ୱପ୍ନ ପ୍ରଣେତା ସୁତା -


ପ୍ରସ୍ତରହୃଦ ପ୍ରତିିିମାରେ ପରିିିବର୍ତ୍ତୀତା ।


ବର୍ଣନାତୀତ ନାରୀ ଜନ୍ମ ମହନୀୟତା।


ଦୃଶ୍ୟମାନ ସମାଜର ସ୍ଥାଣୁତା।



Rate this content
Log in

Similar oriya poem from Abstract