STORYMIRROR

Sadananda Sahoo

Classics

3  

Sadananda Sahoo

Classics

ସୁପୁତ୍ର'ର ଜନ୍ମୋତ୍ସବ

ସୁପୁତ୍ର'ର ଜନ୍ମୋତ୍ସବ

1 min
178

ଆହେ ଜଗନ୍ନାଥ ସର୍ବଜନ ମିତ 

    ଦୟାମୟ ବିଶ୍ଵମ୍ବର , 

ଶୁଭାଶିଷ ଦିଅ ସୁପୁତ୍ରକୁ ମୋର 

   ଆଜି ତା'ର ଜନ୍ମବାର


ଆଶ୍ଵିନ ମାସର ଗଜଷଷ୍ଠୀ ଦିନ 

    ଜନ୍ମ ଲଭିଥିଲା ଧନ , 

ତୁମ୍ଭରି ସ୍ଵିକୃତ ଏ'ମହାନ ଦାନ 

   କୁଳର ଗାରିମା ଜାଣ 


ତ୍ରୟୋଦଶ ବର୍ଷ ହୋଇଲା ପୁରଣ 

   ଉଚ୍ଛୁଳି ପଡୁଛି ପ୍ରୀତି , 

ଓଅମ ପ୍ରକାଶ  ଆଖିର ସପନ 

   ଉଦ୍ଭାସିତ ହେଉ କୀର୍ତ୍ତି 


ମାତା ପିତାଙ୍କର ସ୍ନେହଁର ସନ୍ତାନ 

   ସୁକୁମାର ଓମ ପୁତ୍ର , 

ଶୁଭ ଆଶିର୍ବାଦ ହେଉ ଫଳପ୍ରଦ 

   ସମାଜର ସାଜୁ ମିତ୍ର 


ବିଦ୍ୟାବୁଦ୍ଧି ତାକୁ  ଦିଅ ଆହେପ୍ରଭୁ 

   କରୁଛି ବିନତୀ ଅଳି ,

ନିରିମାଖି ମଣି ଜାଣି ନାହିଁ କିଛି 

   କରେନି ସେ'କେବେ କଳି


ଏକୋଇର ଧନ ବିଶିକେଶନ ମୋ' 

     ସ୍ଵପ୍ନ ବିଭୂଷିତ ମନ , 

ସମାଜ ମଙ୍ଗଳେ ସର୍ବ ସମର୍ପଣେ 

    ଉତ୍ସର୍ଗ ହେଉ ସନ୍ତାନ


ଜନମ ସୁଲଭ ହେଉ  ଦୀପ୍ତିମୟ

    ପ୍ରୀତିପୁଷ୍ପ ହେଉ ବର୍ଷା ,

କାହା କୋପଦୃଷ୍ଟି ନଆଣୁ ବିପତ୍ତି 

    ନକରନ୍ତୁ କେହି ଈର୍ଷା 


ସର୍ବ ଗୁରୁଜନ  କର ଆଶୀର୍ବାଦ 

   ଶୁଭ ଲଗନରେ ଆଜ , 

ପୁତ୍ରମୋର ହସୁ ହେ'ମହା ଶୁଭେଚ୍ଛୁ 

   ସାଜୁସେ' ଜଗତେ ସୂର୍ଯ୍ୟ


ହେ'ଜଗତ ନାଥ ଶତ ପ୍ରଣିପାତ 

    ରଖିଥା ଘଣ୍ଟ ଘୋଡ଼େଇ , 

 ଅଜ୍ଞାନ ବାଳୁତ  ଓଅମ ପ୍ରକାଶ 

   ଖ୍ୟାତି ଅର୍ଜୁ ଆହେ'ସାଇଁ



Rate this content
Log in

Similar oriya poem from Classics