ସୁପର ପାୱାର
ସୁପର ପାୱାର
ସୁପର ପାୱାର ହେବାଟା
ଏତେ ସହଜ ନୁହେଁ
ଏକ ସମବେତ ଢେଉର ଫୁକାର
ଆତ୍ମବିଶ୍ବାସକୁ ତୁଠ ପଥର କରିବାକୁ ହୁଏ
ଶିକ୍ଷାକୁ ଉତ୍ତୁଙ୍ଗ କରିବାକୁ ହୁଏ ସନ୍ତର୍ପଣରେ
ଅନ୍ଧବିଶ୍ୱାସ ଆଉ କୁସଂସ୍କାର ସବୁକୁ
କବର ଦେବାକୁ ହୁଏ
ଚେତନାର ଜାଗ୍ରତ ମଶାଣିରେ
ବଜେଟର ସିଂହଭାଗ ଯାଏ
କୃଷି,ବିଜ୍ଞାନ ଆଉ ମାନବ ସମ୍ବଳକୁ ।
ଜନସଂଖ୍ୟା ରୂପକ ଗାଡିରେ
ବ୍ରେକ ଦେବାକୁ ହୁଏ
ସ୍ୱାବଲମ୍ବୀ ମନ୍ତ୍ରକୁ କଣ୍ଠସ୍ଥ କରିବାକୁ ହୁଏ
ବେକାରୀ ଶବ୍ଦକୁ ନିରୁଦ୍ଦିଷ୍ଟ ତାଲିକାରେ
ରଖିବାକୁ ହୁଏ
ଗରିବୀର ମୂଳୋତ୍ପାଟନ
କରିବାକୁ ହୁଏ
ସ୍ୱାର୍ଥ ମେଧ ଯଜ୍ଞରେ
ସ୍ଵାର୍ଥକୁ ଆହୁତି ଦେବାକୁ ହୁଏ
କୋଟିଏ ମନ ଗୋଟିଏ ସୁତାରେ
ଗୁନ୍ଥା ହେବାକୁ ପଡେ
ବାହୁବଳୀ ଆଉ ଜ୍ଞାନ ବଳୀ
ସହ ଦେଶପ୍ରେମରେ ବିଜଡିତ
ହେବାକୁ ହୁଏ ।