STORYMIRROR

ଗଣେଶ୍ୱର ବେହେରା

Abstract

3  

ଗଣେଶ୍ୱର ବେହେରା

Abstract

ସୁପର ପାୱାର

ସୁପର ପାୱାର

1 min
187


ସୁପର ପାୱାର ହେବାଟା 

ଏତେ ସହଜ ନୁହେଁ 

ଏକ ସମବେତ ଢେଉର ଫୁକାର 

ଆତ୍ମବିଶ୍ବାସକୁ ତୁଠ ପଥର କରିବାକୁ ହୁଏ 

ଶିକ୍ଷାକୁ ଉତ୍ତୁଙ୍ଗ କରିବାକୁ ହୁଏ ସନ୍ତର୍ପଣରେ 

ଅନ୍ଧବିଶ୍ୱାସ ଆଉ କୁସଂସ୍କାର ସବୁକୁ 

କବର ଦେବାକୁ ହୁଏ 

ଚେତନାର ଜାଗ୍ରତ ମଶାଣିରେ 

ବଜେଟର ସିଂହଭାଗ ଯାଏ

କୃଷି,ବିଜ୍ଞାନ ଆଉ ମାନବ ସମ୍ବଳକୁ ।


ଜନସଂଖ୍ୟା ରୂପକ ଗାଡିରେ

ବ୍ରେକ ଦେବାକୁ ହୁଏ 

ସ୍ୱାବଲମ୍ବୀ ମନ୍ତ୍ରକୁ କଣ୍ଠସ୍ଥ କରିବାକୁ ହୁଏ 

ବେକାରୀ ଶବ୍ଦକୁ ନିରୁଦ୍ଦିଷ୍ଟ ତାଲିକାରେ 

ରଖିବାକୁ ହୁଏ 

ଗରିବୀର ମୂଳୋତ୍ପାଟନ 

କରିବାକୁ ହୁଏ 

ସ୍ୱାର୍ଥ ମେଧ ଯଜ୍ଞରେ 

ସ୍ଵାର୍ଥକୁ ଆହୁତି ଦେବାକୁ ହୁଏ 

କୋଟିଏ ମନ ଗୋଟିଏ ସୁତାରେ 

ଗୁନ୍ଥା ହେବାକୁ ପଡେ

ବାହୁବଳୀ ଆଉ ଜ୍ଞାନ ବଳୀ

ସହ ଦେଶପ୍ରେମରେ ବିଜଡିତ 

ହେବାକୁ ହୁଏ ।



Rate this content
Log in

Similar oriya poem from Abstract