STORYMIRROR

Bidyadhar Mantry

Abstract Inspirational Others

4  

Bidyadhar Mantry

Abstract Inspirational Others

ସୁନ୍ଦରତା ତୃପ୍ତି

ସୁନ୍ଦରତା ତୃପ୍ତି

1 min
246



ନିର୍ଜନତାର ଶ୍ୱାସରୋଧ ଯନ୍ତ୍ରଣା

ମନ ଚଳ ଚଞ୍ଚଳ ହୁଏ,ଝରକା ପାଖରେ

ସେ ଯେବେ ଅତିକ୍ରମ କରେ,ସନ୍ତର୍ପଣରେ

ତା ' ର ଖୋଜିଲା ଖୋଜିଲା ଆଖିରେ

ଏକ କଷ୍ଟ ପ୍ରଶ୍ନର ଉତ୍ତର ଖୋଜିବା ଭଙ୍ଗୀରେ

ଅପଲକ ନୟନରେ ଚାହିଁ ରହେ

ସତେ ଅବା ଧ୍ୟାନରତ ମୁଦ୍ରାରେ ୠଷି।


ସୁନ୍ଦର ରୂପ ପ୍ରତିବିମ୍ବିତ ହୁଏ 

ମନ ଆଇନାରେ

ପ୍ରତିଫଳନ ବି ହୁଏ ଘରର ମାର୍ବଲ ଚଟାଣରେ

ଏକାଗ୍ରତାର ଧ୍ୟାନ ଭଗ୍ନ ହୁଏ 

ଆଧୁନିକ ପୋଷାକ ସହିତ

ବ୍ୟୁଟି ପାର୍ଲର ର ଉଜ୍ଜଳ ମେକପ୍ ରେ।


କଞ୍ଚା ହଳଦୀ ଠାରୁ ଗାଢ଼ ହଳଦିଆ ରଙ୍ଗ

ଦେହର ରଙ୍ଗକୁ ନାଲିଆ ଅଧର

ସଦ୍ୟ ପ୍ରସ୍ପୁଟିତ ଫୁଲର ଭ୍ରମ

ସତେ ଅବା ଜୀବନ୍ତ କଣ୍ଢେଇ

ମନରେ ଲାଳସା ଓ ମୋହ।


ସେଇ ଦୁର୍ବଳ ମୁହୂର୍ତ୍ତରେ

ନିର୍ବାକ ଓ ସ୍ତାଣୁ ,ଦେହ ଆଉ ମନ

ସୁନ୍ଦର ତୃପ୍ତିର ନାହିଁ ପଟାନ୍ତର

ମନରେ ପ୍ରେମର ଭାବନା

>

ଭାବନାର ଶାଖା ପ୍ରଶାଖାରେ ଅଗଣିତ କଢ଼

ପ୍ରସ୍ପୁଟିତ ସହ ମହକ ଆଶାରେ

ଏକ ତରଫା ପ୍ରେମ କାହାଣୀରେ।

                             

ଦୃଷ୍ଟି ଫେରିଆସେ      

ଦୃଶ୍ୟ ଯେବେ ଦୃଷ୍ଟି ଶକ୍ତିର ବାହାରେ

ତଥାପି ମନ କାନଭାସ୍ ରେ ଉଜ୍ଜୀବିତ

ଏକ ତରଫା ନୀରବ ପ୍ରେମ

ଭିନ୍ନ ଏକ ଅନୁଭୂତି

ସୁନ୍ଦରତା ର ମୋହ ବି ଆକର୍ଷଣ

ସତେ ଯେପରି ଚୁମ୍ବକ ଓ ଲୁହା।


ଏକ ତରଫା ପ୍ରେମ ଏକ ଧୃଷ୍ଟତା

ତଥାପି ଭଲ ଲାଗେ

ନିର୍ଜନ ଯନ୍ତ୍ରଣା ଠୁ ଏକା ଏକା ନୀରବ-ପ୍ରେମ

ହାତ ମୁଠାରେ ପବନ ଧରିବା ପରି

ସୁନ୍ଦରତା କୁ ବାହୁରେ ଛନ୍ଦିବା

ଜାଣି ଜାଣି ପୁଣି ଝରକା ପାଖରେ ଅପେକ୍ଷା

ପୁଣି ମନ ଚଳ ଚଞ୍ଚଳ।


Rate this content
Log in

Similar oriya poem from Abstract