Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract

4.5  

Jagannath Barik

Abstract

ସୁନ୍ଦର ଲାଗଇ

ସୁନ୍ଦର ଲାଗଇ

1 min
569


ସୁନ୍ଦର ଲାଗଇ ନୂଆବୋହୂ ପାଦେ ଥିଲେ ଅଳତା

ସୁନ୍ଦର ଲାଗଇ ବରଷା ପାଗରେ ଧରିଲେ ଛତା |

ସୁନ୍ଦର ଲାଗଇ ସିମନ୍ତିନୀ ଭାଲେ ସିନ୍ଦୂର ବିନ୍ଦୁ

ସୁନ୍ଦର ଲାଗଇ ତା ମଥା ଓଢ଼ଣା ବଦନ ଇନ୍ଦୁ |

ସୁନ୍ଦର ଲାଗଇ ଦେଉଳ ଚୂଳରେ ଉଡ଼ିଲେ ଧ୍ବଜା

ସୁନ୍ଦର ଲାଗଇ ଖଡ଼ଗର ଧାର ହୋଇଲେ ପଜା |

ସୁନ୍ଦର ଲାଗଇ ମାଆ କୋଳ ଶିଶୁ ଦରୋଟି ହସ

ସୁନ୍ଦର ଲାଗଇ କେଦାରେ କେଦାରେ ସବୁଜ ଶସ୍ୟ |

ସୁନ୍ଦର ଲାଗଇ ପର୍ବତ କନ୍ଦରୁ ଝରିଲେ ଝର

ସୁନ୍ଦର ଲାଗଇ ଶ୍ରୀକୃଷ୍ଣଙ୍କ ଶିରେ ମୟୂରପର |

ସୁନ୍ଦର ଲାଗଇ କଳା ମେଘ କୋଳେ ଦାମିନୀ ଖେଳ

ସୁନ୍ଦର ଲାଗଇ ଗାଆଁ ଦାଣ୍ଡେ ପିଲା ହୋଇଲେ ମେଳ |

ସୁନ୍ଦର ଲାଗଇ ଘରର କାନ୍ଥରେ ଅଙ୍କିତ ଝୋଟି

ସୁନ୍ଦର ଲାଗଇ ଆକାଶରେ ଗଲେ ବାଦଲ ଘୋଟି |

ସୁନ୍ଦର ଲାଗଇ ନୀଳ ପାରାବାରେ ଲହରୀ ମାଳ

ସୁନ୍ଦର ଲାଗଇ ଯୋଗୀ କରେ ଲାଉ ତୁମ୍ବାର ଥାଳ |

ସୁନ୍ଦର ଲାଗଇ ଗାଭୀ ଗୋଠେ ଥିଲେ ବୃଷଭବର

ସୁନ୍ଦର ଲାଗଇ କୁମୁଦ କମଳ ଶୋଭିତ ସର |

ସୁନ୍ଦର ଲାଗଇ ଗଗନରେ ଇନ୍ଦ୍ରଧନୁ ଛଟକ

ସୁନ୍ଦର ଲାଗଇ କୁସୁମରେ ଥିଲେ ବାସ ମହକ |

ସୁନ୍ଦର ଲାଗଇ ମାତୃଭାଷା ଲେଖାଥିବା ଫଳକ

ସୁନ୍ଦର ଲାଗଇ ରଙ୍ଗମଞ୍ଚେ ଥିଲେ ଭରା ଦର୍ଶକ |

ସୁନ୍ଦର ଲାଗଇ ଚିଲିକା ଜଳରେ ହଂସ ସାରସ

ସୁନ୍ଦର ଲାଗଇ ଧରଣୀରେ ଆମ ଭାରତ ବର୍ଷ |

ସୁନ୍ଦର ଲାଗଇ ବ୍ରାହ୍ମଣେ ତ୍ରିକଛ ବାସ ଭୂଷଣ

ସୁନ୍ଦର ଲାଗଇ ଋଷି ଶିରେ ଜଟାଶଟା ଶୋଭନ |

ସୁନ୍ଦର ଲାଗଇ ବସନ୍ତରେ ପିକ କୁହୁ ଝଙ୍କାର

ସୁନ୍ଦର ଲାଗଇ ମହାନଦୀ ଜଳେ ନୌକା ବିହାର |

ସୁନ୍ଦର ଲାଗଇ କାଳିଆ ବସିଲେ ନନ୍ଦିଘୋଷର

ସୁନ୍ଦର ଲାଗଇ ତ୍ରିରଙ୍ଗା ପତାକା ଉଡ଼ୁ ଅମ୍ବର |


Rate this content
Log in

Similar oriya poem from Abstract