STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ସୁନ୍ଦର କିଏ ସେ କୁହ

ସୁନ୍ଦର କିଏ ସେ କୁହ

1 min
333


ଜହ୍ନ ଯୋଗୁ ସିନା ଜୋଛନା ସୁନ୍ଦର  ରାତି ପାଇଁ ସିନା ଜହ୍ନ

ରାତି ନାହିଁ ଜହ୍ନ ଜୋଛନା ବିଛାଇ 

                     କାହିଁ ଦେଖାଇବ ମୁହଁ

ଏବେ କୁହ ବନ୍ଧୁ କିଏ ସେ ସୁନ୍ଦର ଜୋଛନା କି ରାତି,ଜହ୍ନ

ଜହ୍ନ ଯୋଗୁ ସିନା ଜୋଛନା ସୁନ୍ଦର

                        ରାତି ପାଇଁ ସିନା ଜହ୍ନ ।।


ଆହାକି ସୁନ୍ଦର ସେ ରାତି ଅନ୍ଧାର  ମନରୁ ପାସୋରେ ନାହିଁ

ଫୁଲ ସବାରୀରେ ଆସି ଫୁଲ ରାଣୀ

                        ଫୁଲ ଶେଜେ ଥିଲା ଚାହିଁ

ସେ ରାତି ମଧୁର ମଧୁ ବରଷିଛି   ଅଭୁଲା ସୁନ୍ଦରୀ ସେହି

ଆହା କି ସୁନ୍ଦର ସେ ରାତି ଅନ୍ଧାର

                        ମନରୁ ପାସୋରେ ନାହିଁ ।।


ଗଛ ଯୋଗୁ ସିନା କୁସୁମ ସୁନ୍ଦର   ମାଟି ପାଇଁ ସିନା ଗଛ

ମାଟି ଯଦି ନାହିଁ ଗଛ କି ଉଠିବ

                        କାହିଁରେ ଫୁଟିବ ପୁଷ୍ପ

ଏବେ କୁହ ବନ୍ଧୁ କିଏସେ ସୁନ୍ଦର   ଫୁଲ,ମାଟି କିବା ଗଛ

ଗଛଯୋଗୁ ସିନା କୁସୁମ ସୁନ୍ଦର

                          ମାଟି ପାଇଁ ସିନା ଗଛ ।।


ଆହା କି ସୁନ୍ଦର ମାଟି ମାଆ ମୋର  ରତ୍ନଗର୍ଭା ମହିୟସୀ

କୋଟି କୋଟି ଜୀବ ଜନମୀ ସାଇତେ

                            ଅମୃତ ଦେଇ ପରସି

ଅନୁପମ ସୌର୍ଯ୍ୟେ ଉଦ୍ଭାସିତ “ମାଟି   ସମ ନୁହେଁ ଲକ୍ଷ୍ୟେ ଶଶି

ଆହାକି ସୁନ୍ଦର ମାଟି ମାଆ ମୋର    

                          ରତ୍ନଗର୍ଭା ମହିୟସୀ ।।



Rate this content
Log in

Similar oriya poem from Classics