ସୁନାର ହାତ
ସୁନାର ହାତ
ଏଇ ହାତଟି ସୁନାରେ ଭରା
ଜଗତେ ସଭିଙ୍କୁ ଦିଏ ସାହାରା l
ମାଟି କାଦୁଏ ଦିନ ଟି କଟେ
ବର୍ଷା ହେଉ କି ତାତି ବିରାଟେ l
ପଙ୍କ କାଦୁଅ ହାତରେ ତାର
ଅସନା ଭାବେନି ଜମା ମନର l
ଧାନ ରୁଆ ଠୁ ଉପୁଡା ଯାଏ
ଏଇ ହାତଟି ସବୁ କରାଏ l
ନିଜ ହାତେ ସିଏ ମାଟି ହାଣଇ l
ଅନାବନା ଘାସ ସେଠି ବାଛଇ
କେତେ କଷ୍ଟ ଏହି ହାତ କରଇ
ବେଉଷଣ ପରା ସେହି କରଇ l
ମୁଠାରେ ସିଏ ସୁନା ଫଳାଏ
ଆହାର ପୁଣି ଜଗତେ ଦିଏ l
ଏଇ ହାତଟିକୁ ଭରସା କରି
ନିଶ୍ଚିନ୍ତ ରେ ଶୁଏ ସାହାବ ଭାରି l
ପାଣି କାଦୁଅରେ ହାତଟି ଦୁଇ
ଜମି ଭଳି ଫାଟି ଆଁ ହୁଅଇ l
କାଦୁଅ ହାତରେ ପଖାଳ ପାଖେ
ଯାଇ ବସି ପଡେ କଂସା ର ପାଖେ l
ସେଇ ହାତେ ମୁଠେ ଦାନା ନିଅଇ
ଦାମିକା ତିଅଣ ନ ଲୋଡ଼େ ସେହି l
କୃଷକ ଭାଇ ପା ଅଟେ ସେହିଟି
ଏହି ସେଇ ହାତ ଅଟେ ତା'ରଟି l
ଧନ୍ୟବାଦ ଏକ ଛୋଟିଆ ଶବ୍ଦ
(ତୁମ )ମହାନତା ଆଗେ ଅଟୁ ପ୍ରଲୁବ୍ଧ l
ସୁନାର ହାତ ପା ଏହି ଅଟଇ
ସୁନା ଯେଣୁ କରି ଚାଷ କରଇ l
ମାଟିର ମଣିଷ ମାଟିର ହାତେ
କେହି ନୁହେଁ ସରି ତାହାରି ସାଥେ l
