STORYMIRROR

Mahesweta Panigrahi

Inspirational

4  

Mahesweta Panigrahi

Inspirational

ସୁନାପରି

ସୁନାପରି

1 min
414

ପାହାଡ ତଳେ ଝରଣା କୋଳେ

ହସଇ କିରି କିରି,

ଗହନ ବିଲ ଧାନ କିଆରୀ

ଧରିଛି ଦେହେ ଭରି

ଆଉ କେହି ନୁହଁ ମୋ ଗାଁ ସେ

ନାଆ ତା' ସୁନାପରି,

ପାହାଡ ତଳେ ଝରଣା କୋଳେ

ହସଇ କିରି କିରି।


ମୋ ଭୂଗୋଳ ବହି ରେ ସତେ

ନାହିଁ ତ ତା'ର ନାମ,

ଅଙ୍କା ହୋଇନି ସଡ଼କ ପଥ

ହଜିଛି ତା'ର ଧାମ,

କହିନି କିଏ ଠିକଣା ତା'ର 

ମନେ ବହୁତ ଭ୍ରମ,

ମୋ ଭୂଗୋଳ ବହି ରେ ସତେ

ନାହିଁ ତ ତା'ର ନାମ।


ସୁନା ନଦୀ ର କାଚ କେନ୍ଦୁଆ

ପାଣି ରେ ଦିଶେ ମୁହଁ,

ଗୀତି କବିତା ଲେଖେ ମୁଁ ଯେତେ

ସବୁ ତାହାରି ପ୍ରିୟ,

ବାଉଁଶ ରାଣୀ ନାଚଇ ଏଠି

ମନ ରେ ଭରି ମୋହ,

ସୁନା ନଦୀ ର କାଚ କେନ୍ଦୁଆ

ପାଣି ରେ ଦିଶେ ମୁହଁ।


ଭରିଛି ତା'ର ସୁନ୍ଦର ଦେହ

କେତେ ଯେ ଫୁଲ ଫଳ,

ଲୁଚିଛି ତା'ର ଇତିହାସ ରେ

ମୋ'ରି ପିଲା ବେଳ,

ସହର ରେ ମୁଁ ପହଞ୍ଚି ଆଜି

ଖୋଜେ ମୁଁ ତା'ରି କୋଳ,

ଭରିଛି ତା'ର ସୁନ୍ଦର ଦେହ

କେତେ ଯେ ଫୁଲ ଫଳ।


ଜନମ ଦେଇ କେଡେ ଆଦରେ

ବଢାଇ ଥିଲା ଦିନେ,

ଯୋଉଠି ଥିଲେ ଭୁଲି ନ ପାରେ

ଝୁରଇ ତା'କୁ ମନେ,

ଜୀବନ ମୋର ତାହାରି ଦାନ

ଦେବି ମୁଁ ତା'ର ନାମେ,

ଜନମ ଦେଇ କେଡେ ଆଦରେ

ବଢାଇ ଥିଲା ଦିନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational