STORYMIRROR

Shashanka sekhar Ray

Abstract

2  

Shashanka sekhar Ray

Abstract

ସୁନାପଞ୍ଜୁରୀ

ସୁନାପଞ୍ଜୁରୀ

2 mins
323

ରଙ୍ଗିନ କୋଠରୀରେ ବସି ମୁଁ ଦେଖୁଛି

ବାଃ କି ସୁନ୍ଦର ହୋଇଛି କୋଠାଟି ମୋର

ଆଖି ମୋର ଲାଲ ରଙ୍ଗକୁ ଦେଖି ଚମକୁଛି

ବେଳେ ବେଳେ

ଛାତିର ହୃଦ କମ୍ପନ ଉଠୁଛି ଥରି ଥରି

ଦେହଟା ମୋର ଗୋଟାପୁଣି ଝାଳରେ ଭିଜିଯାଉଛି

ଗଦିରେ ଶୋଇଲେ ବି ଆସୁନି ନିଦ

ଏ ସୁନ୍ଦର ରାତି ଗୁଡିକ ମୋ ପାଇଁ ନୁହେଁ 

ଏହା ବୋଧହୁଏ ଆଉ କାହା ପାଇଁ

ଯେଉଁ ଲୋକଟି ବିଲରେ ପାଣି କାଦୁଅରେ 

ଖଟି ଖଟି ଆସି ଯାଇଛି

ସନ୍ଧ୍ୟା ପହରୁ ନିଘୋଢ ନିଦରେ ଶୋଇ ।

ପାଟିକୁ ରୁଚୁନି ଆହାର କିଛି

ଏଠି ପେଟ ପୁରୁନି କି ଉପାସ ରହୁନି

ଆହାର ନିଦ୍ରା ସତ୍ତ୍ଵେ ସଢୁଛି ମୋ ଜୀବନ

ଜୀବନଟା ବୋଧହୁଏ ଅଛି ସେଠାରେ

ସାଇତା ଥିବା ଅତି ସେନେହ ବୋଳା

ଗରିବର ତୋରାଣି ପଖାଳ କଂସା

ଆଉ ଶାଗ ଭାଜିରେ ।

ମୁଁ ଏଠି ନିଜକୁ ନିଜେ ଭୁଲି ଯାଇଛି

ଜାଣେନା ମୁଁ ନିଜେ କଣ ଆଉ ପରିଚୟ

ଦିନେ ଜାଣିବାକୁ କରିନି ଚେଷ୍ଟା

କଣ ଯେ ମୋର ଏ ସବୁ ଦରକାର

ଗାଡି କୋଠା ଫୋନ ବିଳାସ ବେଶନ ଟଙ୍କା

ପରିଚୟ ଆଉ ଜୀବନର ସଂଜ୍ଞା  ।

ମୁହଁରେ ଭଦ୍ରତାର ମୁଖା ଦେଇ

ସେମାନେ ଆସୁଛନ୍ତି ମାଡି

ପୋଷା କୁକୁର ପରି ମୋ ଦେହରେ ଘଷି ଘଷି ହୋଇ

ବିଶ୍ଵାସର ଗରଳ ପିଆଇ

ମୋତେ ଜୀଅନ୍ତା ଖିନଭିନ କରିବାକୁ 

କାଳ ପେଚା ରାବୁଛି ଏଠି ରାତ୍ରୀ ଅର୍ଦ୍ଧପ୍ରହରରେ ।

ଆକାଶର ରଙ୍ଗ ପୁରାପୁରି ଆଗ ଭଳି ବଦଳିଯାଇଛି

ସୂର୍ଯ୍ୟ ଚନ୍ଦ୍ର ତାରାମାନେ

ଲାଗୁଛନ୍ତି ଭାରି

ଅଳସୁଆ ମୋତେ ଏଠି

ସାରାରାତି ବିଛଣାରେ ଛଟପଟ ହୋଇ ଆଜି

ଭାବୁଛି ଫୁଙ୍ଗୁଳା ଲଙ୍ଗଳା ସରଳ ମଣିଷଙ୍କ କଥା

ଯାହାର ଖିଲିଖିଲି ହସରେ ରହିଛି ଜୀବନର ସ୍ଵାଦ

ଆଉ ପ୍ରାଣର ଆକାଶରେ ଉଡୁଛି ଶାନ୍ତିର କପୋତ ।

ମନେ ପଡୁଛି ଆଜି ସେଇ ଅତୀତର ଦୃଶ୍ୟ ସବୁ

ଗାଁ ନଈପଠା ବାଲି ଆଉ ଶୀତଳ ଜହ୍ନରାତି

ଗାଁ ଆମ୍ଵତୋଟା ବିଲମାଳ ନୂଆ ପୋଖରୀର ଅଭୁଲା ସ୍ମୃତି

କାନକୁ ଏବେ ବି ଶୁଭୁଛି ମୋର

ସନ୍ଧ୍ୟାରେ ଡୁ ଡୁ ଖେଳ ବାଗୁଡି ଭାଗବତ ପଢା

ମନ୍ଦିରର ଘଣ୍ଟା ହୁଳହୁଳି ଶଙ୍ଖ ଧ୍ଵନି ପକ୍ଷୀଙ୍କର କାକଳି

ଗାଁ କିଆ ଗୋହିରୀରୁ ବିଲୁଆର

ହୂକେ ହୂ ହୂକେ ହୂ 

ଆଉ ଗାଈ ମାନଙ୍କ ହମ୍ବା ହମ୍ବା ରଡି ।

ଅଛି ଅଛି ଏଠି ଶାନ୍ତିର ଖୋରାକି ବଞ୍ଚିବା ପାଇଁ

ସବୁଜିମା ପଲ୍ଲୀକୋଳ ଡାକୁଛି ମୋତେ

ଏବେ ବି ସ୍ଵପ୍ନରେ

ଅନେକଥର କରିଛି ଚେଷ୍ଟା ଯିବା ପାଇଁ 

ତା କୋଳକୁ 

କିନ୍ତୁ ଏମାନେ ଛାଡି ନାହଁନ୍ତି ମତେ

ବାରମ୍ଵାର ଆଭିଜାତ୍ୟ ପରମ୍ପରା ଖାନ୍ ଦାନି   

ସମ୍ଭାନ୍ତର ବଡ ବଡ କଥାଗୁଡିକୁ

ମୋ କାନ ପାଖେ କହି କହି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract