STORYMIRROR

Satyabati Swain

Abstract Others

3  

Satyabati Swain

Abstract Others

ସୁନା ପିଲା

ସୁନା ପିଲା

1 min
345


ଓଃ ପୁଣି ଗୋଟେ ଆଖି

ଫାଳେ ମୁହଁ

କେରାଏ ଚୁଟି

ପୁଣି ଶବ୍ଦ କ୍ରିଟିକ୍

ମୋତେ ଲାଗୁଛି

ଖୁ ରୋମାଣ୍ଟିକ୍

ହେଇଯିବି

ଏଣିକି ଆଣ୍ଟ୍ ଲାଟିକ୍

ଦୋଷ ଦେବନାହିଁ ତେଣିକି।

ସୁନା ପିଲା ହସନ୍ତିନି ବେଶୀ।

ସୁନା ପିଲାର୍

କଣ ମନ ନାହିଁ

ବୟସ କୃଷ୍ଣଚୂଡ଼ା

ତା ଭିତରେ

କୁତୁ କୁତୁ ହୁଏନି!

ପ୍ରେମ ବି ଗଜୁରେ

କେବଳ

ସୁନା ପିଲା ଲକ୍ଷ୍ମଣ ରେଖାରେ

ସେ କଣ ମାରୁଥିବ ମରୁଥିବ

ପ୍ରତି ମୁହୂର୍ତ୍ତରେ!

ସୁନା ପିଲା ବାଧ୍ୟ ସନ୍ତାନ

ଏଣ୍ଡୁଅ ପରି

ସ୍ୱୀକୃତି ଥାଉ ବା ନଥାଉ

କେବଳ ମୁଣ୍ଡ ଟୁଙ୍ଗାରେ

ନିଜ ଇଚ୍ଛାକୁ

ଲାଉ କରେନି

କାହା ପିଠିରେ

ସେ ଜଳେ କିନ୍ତୁ

ଅହରହ ଭଲ ହେବାରେ।

ହେ ଆତ୍ମୀୟ,ସମ୍ପର୍କ ମାନେ

ଥରେ ପଢ଼ ସୁନା ପିଲା

ଛାତି

ମାପ ତା ମନ ତାତି

ସେ ଅଣନିଃଶ୍ଵାସୀ

ପିଞ୍ଜରା ଦ୍ୱାର ଖୋଲ

ତାକୁ ବାହାର ନିଜସ୍ୱ ଜୀବନ

ଜୀଇଁବାକୁ ଦିଅ

ପର୍ଯ୍ୟାପ୍ତ ସ୍ୱାଧିନତା

ଓ ଗୋଟେ ମୁକ୍ତ ଆକାଶ।

ସୁନା ପିଲା କାନ୍ଦେ

ନିଜକୁ ଭଣ୍ଡେଇ

ନିଃଶବ୍ଦେ

ମନ ତାର ଖାଁ ଖାଁ ରାତି ଅଧ

ସେ ସୁନା ହେବା ଚେଷ୍ଟାରେ

ପିଇ ଯାଏ ବିଷ

ମାଗେନି ଅଧିକାର,ଖୁସି

ତୁମେ ତ ମୋଡ଼ି ମାଡି

ବିଧ୍ବସ୍ତ କରିଛ

ତା ମନ,ହୃଦୟ,ଇଚ୍ଛା, ସ୍ବପ୍ନ

ଚାହିଁବା ହେବା

ନିଜକୁ ଜାହିର କରିବା,

କଣ୍ଢେଇ ଟେ ସେ

ନାଚେ ତୁମ ଇଙ୍ଗିତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract