Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Classics

4  

Satyanarayan Sahoo

Classics

ସୁନା ବେଶରେ ଦିଅଁ

ସୁନା ବେଶରେ ଦିଅଁ

1 min
260


ସୁନେଲୀ ଶ୍ରୀ କ୍ଷେତ୍ରେ ସୁନାର ଦିଅଁ

ଶ୍ରୀ ଅଙ୍ଗେ ସୁଷମେ ତିନି ବିଗ୍ରହ ।

ସଜାଇବେ ଆଜି ସୁନା ବେଶ ରେ

ସଭିଏଁ ଦେଖିବା ଚାଲ ଶ୍ରୀ କ୍ଷେତ୍ରେ ।


ସୁନେଲୀ ଶ୍ରୀ କ୍ଷେତ୍ରେ ବାହୁଡ଼ା ପରେ

ସାଜି ଉଭା ହେବେ ରଥ ଉପରେ ।

ସୁବର୍ଣ୍ଣ ମହଣ ମହଣ ଭାର

ସାଇତି ଅଛନ୍ତି ରତ୍ନ ଭଣ୍ଡାର ।


ସେବକେ ଆଣିବେ ତହିଁ ରୁ ବୋହି

ସୁନାବେଶ ସେହି ଦେବେ ସଜାଇ ।

ସ୍ୱର୍ଣ୍ଣ ଆଭୂଷଣ ଓ ଅଳଙ୍କାର

ସୁନା ବେଶ ଆଜି କି ଚମତ୍କାର ।


ସୁବର୍ଣ୍ଣ ସାଜ ରେ ସଜ୍ଜିତ ହେବେ

ସୁମଧୁରେ ଖିଲି ଖିଲି ହସିବେ ।

ଶ୍ରୀ ଭୂଜ କିରୀଟ ଓ ଓଢିଆଣି

ଶ୍ରୀ ପୟର ମାଳ ଓ ଆଡକାନୀ ।


ସ୍ୱର୍ଣ୍ଣ ଚକ୍ର , ଚନ୍ଦ୍ରସୂର୍ଯ୍ୟ  ତିଳକ

ଶଙ୍ଖ , ସୂର୍ଯ୍ୟ ଚନ୍ଦ୍ର କି ଝକ ଝକ ।

ସହିତ କମର ପଟି ଓ ମାଳି

ସାଥେ ତ୍ରିଖଣ୍ଡିକା ଶୋଭା ଉଜ୍ବଳି ।


ଶ୍ରବଣ ଯୁଗଳେ କୁଣ୍ଡଳେ ଶୋଭା

ସୁନାସିକା ହୀରା ବସଣୀ , ଗ୍ରୀବା ।

ସଜାଇ ଘାଗଡା ମାଳି ଓ ହାର

ସୁପ୍ରସସ୍ତ ବୁକେ ସୁବର୍ଣ୍ଣ ହାର ।


ସୁବର୍ଣ୍ଣ କିରୀଟ ମସ୍ତକ ପରେ

ସ୍ୱର୍ଣ୍ଣ ସୂର୍ଯ୍ୟ ଚନ୍ଦ୍ର ଯେ ଲଲାଟ ରେ ।

ସାଜଇ ପୁରଟ କଙ୍କଣ କରେ

ସବ୍ୟେତର ସ୍କନ୍ଧେ ଓଢ଼ଆଣି ରେ ।


 ସୁକମ କମ ରେ କମର ପଟି

ସ୍ୱର୍ଣ୍ଣ  ଚକ୍ର , ରୌପ୍ୟ ଶଙ୍ଖ କିରିଟୀ ।

ସାରା ଅବୟବ ସୁବର୍ଣ୍ଣେ ସାଜି

ଶୋଭୁଛି କଦମ୍ବ ପ୍ରାୟ ବିରାଜି ।


ସ୍ୱର୍ଣ୍ଣ ଆଭୂଷଣେ ସୁମନ ଲୋଭା

ଶୋଭା ବନ ଦିଶେ ଦିଅଁଙ୍କ ବିଭା ।

ସୁନେଲୀ ଶ୍ରୀ କ୍ଷେତ୍ରେ ତିନି ଠାକୁର

ସୁନା ବେଶେ ଆଜି ମଣ୍ଡି ଶରୀର ।


ସବୁ ଭକତ ଙ୍କୁ ଦ୍ୟନ୍ତି ଦର୍ଶନ

ସୁନ୍ଦର ସୁଷମା ସୁ ଅପଘନ ।

ସଜାଡିବେ ଆଜି ସୁନା ର ଦିଅଁ

ସୁନା ବେଶେ ଶୋଭେ ସୁନାର ମୁହଁ ।


ସଦ୍ଗତି ପ୍ରଦାନେ ଭକତ ଜନେ

ସମକ୍ଷ ରେ ଉଭା ହେବେ ସୁକ୍ଷଣେ ।

ସନ୍ଧ୍ୟା ପରେ ପରେ ସୁନା ବେଶ ରେ

ଶୋଭା ପାଇ ଉଭା ହେବେ ତୋଷ ରେ ।


ସୁବର୍ଣ୍ଣ ସୁଯୋଗ ସମୋପସ୍ଥିତ

ସର୍ବ ସିଦ୍ଧି ଦାୟୀ ସ୍ବସ୍ତି ସାଧିତ । 

ସାଷ୍ଟlଙ୍ଗେ ପ୍ରଣମି ଦର୍ଶନ କଲେ

ସ୍ଵତଃସିଦ୍ଧ ଫଳ ଲଭନ୍ତି ହେଳେ ।



Rate this content
Log in

Similar oriya poem from Classics