ସୁଖୀ ଆତ୍ମା
ସୁଖୀ ଆତ୍ମା
ସେ ଚିରନ୍ତନ ସେ ସତ୍ଯ ଶାଶ୍ୱତ
ସେ ଆକାଶ ପାତାଳ ଓ ସାରା ଜଗତ
ପରମପିତା ପରମବ୍ରହ୍ମ ଆସ ତାଙ୍କୁ ଚିହ୍ନିବା
ସେ ଏହି ମନରେ ଏହି ଶରୀରେ ଏହି ଧୂଳିକଣାରେ
ତାଙ୍କୁ ଖୋଜିବା ଅସମ୍ଭବ କିନ୍ତୁ ସହଜ ତାଙ୍କ ପାଶେ ହଜିବା
ମନକୁ ସୁଖୀ କଲେ ଦେହକୁ ସୁଖ ଦେଲେ
ଆସ ଆତ୍ମାକୁ ପୂଜିବା ।
ସେ ଚତୁଃପାର୍ଶ୍ଵେ ଅଟନ୍ତି ବିଦ୍ୟମାନ
ଆମ ମଧ୍ଯ ସିଏ ତାଙ୍କ ଭିତରେ ଅଛୁ ଆମେ
ଶରୀର ନିଶେଷ ପରେ ଆତ୍ମାକୁ କରୁଛୁ ଭୟ
ଆତ୍ମା ଅମର ଜାଣି ସୁଦ୍ଧା ଶରୀରେ ଦେଉଛୁ ଆମ୍ଭେ ଲୟ
ଈଶ୍ବର ଈଶ୍ବର ବୋଲି କରୁଛୁ ସର୍ବେ ଚିତ୍କାର
ସେ ପରା ନିର୍ବିକାର
ସୁଖ ଦେ ଦୁଃଖ ନେ କହିବା ଛାଡ଼ ଆତ୍ମାକୁ
ଜାଣିବା ଖୋଜିବା ଦ୍ୱାର ।
ଆସ ଜ୍ଞାନକୁ କରି ମାର୍ଗ ମର୍ତ୍ତ୍ଯେ ପାଇବା ସ୍ୱର୍ଗ
ମୋହରୁ ଜନମ ଯେତେକ ଦୁଃଖ ଗ୍ରହଣ ଅବା ପରାଗ
ଆଶାରେ ବଞ୍ଚୁଛୁ ବୋଲି ସୁଖ-ଦୁଃଖେ ହେଉ ସର୍ବଦା ଛନ୍ଦି
ଦିଗକୁ ଦେବା ବଦଳି ଶୂନ୍ଯ ନିଜକୁ ମଣି
ସବୁ ତ ଉପର ବାଲାର
ଛଟପଟ ହେବା ଏମିତି ବଞ୍ଚିଲେ
ଗୋଟିଏ ପାଇ ଆନ ଡର ପାଇବା
ଅବାସ୍ତବ ନିଶ୍ଚେ ଲାଗେ ନର ପରା ଆମେ
ଆସ ସତ୍ଯ ଟିକେ ବୁଝିବା।
