STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ସୁଖ

ସୁଖ

1 min
323

ଥିଲା ସୁଖ ସେତେବେଳେ

ଯେବେ ବୁଦ୍ଧି ଥିଲା ସ୍ୱଳ୍ପ

ଭଲ ଲାଗୁଥିଲା ଶୁଣିବାକୁ 

ରାଜାରାଣୀ ବୁଢୀ ଅଶୁରୁଣୀ ଗଳ୍ପ ।


ଯେବେ ହସୁଥିଲି ସର୍ଫ ପାଣିର

ସପ୍ତରଙ୍ଗୀର ଉଡ଼ନ୍ତା ଚହଲୁଥୁବା ପୃଥିବୀ

କରୁଥିଲି ମିଠା ଖଟା ଅଳି 

ସୁଖ ସେତେବେଳେ ଥିଲା

ଏ ଆଖି ଆକାଶ୍ ରକେଟର ଧୂଆଁ ଚିହ୍ନ 

ଓ ଜାହାଜ ଉଡ଼ିବାର ଦେଖୁଥିଲା ।


କାଦୁଅ ପାଣିରେ ପାଦ ବାଡ଼େଇ

ଦେହେ ମୁହେଁ ପୋଷାକରେ

ଧୂସର ଜଳର ବହଳ ରଙ୍ଗେ

ଆଙ୍କୁଥିଲି କେତେକେତେ ଅଜଣା ଚିତ୍ର ।


ତୋଳାହୋଇ ଘରେ ଥିବା ଜାମି ନ ଖାଇ

ଗଛେ ଚଢି ତୋଳିବାର କରୁଥିଲି ଜିଦ୍ଦି

ସୁଖ ସେତେବେଳେ ଥିଲା 

ଖରାଛୁଟିରେ ନଥିଲା ଖେଳି ବୁଲିବାର

ବୋଉର ନିର୍ଦ୍ଦିଷ୍ଟ ଅବଧି ।


ସୁଖ ପାଉଥିଲା ମନ 

ଅମୂଲ ଆମ୍ବୁଲ ଅବା ଆଚାର 

ଘରୁ ଲୁଚେଇ ଚୋରେଇ ଖାଇବାର ବେଳ

ଗୋଡ଼େଇ ଗୋଡ଼େଇ ଦି ଗୁଣ୍ଡା ଭାତ ଦେବାକୁ

ବୋଉର ଇଛାକୁ ବୁଝୁନଥିଲି 

ସୁଖ ସେତେବେଳେ ଥିଲା। 


ଖେଳରେ ଝୁଣ୍ଟିଲେ ରକ୍ତକୁ

ପତ୍ରରେ ପୋଛି ଦେଇ ପୁଣି ଖେଳିବାର

ସୁଖ ସେବେ ଥିଲା କାଗଜରେ 

ଡଙ୍ଗା ପତାକା ଜାହାଜ ତିଆରି ସ୍ୱପ୍ନ

ଓ ମୁହୁର୍ତ୍ତକେ ପାଲଟୁଥିବା ବାସ୍ତବତା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract