ସୁଦୀର୍ଘ ପ୍ରାଚୀର
ସୁଦୀର୍ଘ ପ୍ରାଚୀର
ପୃଥିବୀ ରୂପି ଉଦ୍ୟାନ ଯହିଁ
ଭରିଛି ନାନା ଫଳ ଫୁଲ
ଅପୂର୍ଵ ରୂପ କାନ୍ତି ଦେଖ
ମଣି ମାଣିକ୍ୟଠୁଁ ଅଧିକ ମୂଲ l
ସଭିଏଁ ତ ଏଠି ଭରା ଉପଵନେ
କେହି ଭୋଗି ଆଉ କେ ଜଗୁଆଳି
କାହା ବଳେ ବଳିଆନ ସେ ଯେ
ଫଳ ଫୁଲ ଏକ ପାରେନା ତୋଳି l
ନେବ ତାର ଯତ୍ନ ଅହର୍ନିଶି
ନ କରିବ ମାନ ଅଭିମାନ
ଏକ ମାତ୍ର ଭୁଞ୍ଜିବାକୁ ଅକ୍ଷମ
ପୁରିଲା ଉଦ୍ୟାନେକି ନ ବଳିବ ମନ l
ମଣିଷ ଗଢିଛି ସୁଦୀର୍ଘ ପ୍ରାଚୀର
ଜଣେ ଶାସକ ଆଉ ଶୋଷିତ
ଉପଭୋଗ କରିବିତେ ଉପଭୋଗୀ ଦିନ
ଲୁହ ପିଇ କରୁଥାଏ କର୍ମ ପୀଡିତ l
ରହିଛି କେଉଁ କାଳୁ ଏହି
ଉଚ୍ଚ ନୀଚର ପ୍ରାଚୀର
ଅଭେଦ୍ୟ ସୁଦୃଢ ତଥା ସୁଦୀର୍ଘ
ଭେଦକରି ଯାଏନା ବେଦନାର ସ୍ୱର l