STORYMIRROR

Anam Charan Sahoo

Inspirational

4  

Anam Charan Sahoo

Inspirational

ସୁଧୁରି ଯାଅ

ସୁଧୁରି ଯାଅ

1 min
116

ଜୀବନେ କେତେ ସପନ ଆସେ

ନିଦରେ ଗଲେ ଶୋଇ

କେତେକ ଭଲ କେତେକ ମନ୍ଦ

ସ୍ମୃତିରେ ଯାଏ ରହି।

ଶୀତ ରାତିର କାଳୀ ଅନ୍ଧାର

କାଲୁଆ ଲାଗେ ଦେହ

ନିଦ୍ରା ଦେବୀଙ୍କ କୋଳେ ଶୟନ

କି କଷ୍ଟ ଲାଗେ କୁହ।

ସେହି ବେଳରେ ଶେଷ ପ୍ରହରେ

ଦେଖିଲି କାଳ ସ୍ବପ୍ନ

ମାଆ ମୋହର ଡାକି ଦେବାରୁ

ଘଟିଲା ସେଥେ ବିଘ୍ନ। 

ଧଇର୍ଯ୍ଯ ଧରି ପଢିବ ବନ୍ଧୁ

ଘଟିଲା ଯାହା ଯାହା

ସବୁ ସପନ ନ ହେଉ ସତ

ଜଗତନାଥ ସାହା ।

ବାଇକ୍ ଧରି ଗଲେ ବାହାରି

ସେଦିନ ବେନି ବନ୍ଧୁ

ଗପସପରେ ମଜ୍ଜି ରହିଲେ

ଦୋସ୍ତିତ ଭାବ ସିନ୍ଧୁ।

ମଥା କବଚ ନଥିଲା ସାଥେ

ଦ୍ରୁତ ଚଳାଇ ଗାଡ଼ି

ନିଜ କାମରେ ସହର ବୁକେ

ଚାଲିଲେ ଦୁହେଁ ମାଡ଼ି।

ଚାଳକ ସାଥି ଦୂରଭାଷଟି

ଉଠାଇ ଆନନ୍ଦରେ

କଥା ହୋଇଲେ କାହା ସାଥିରେ

ବହୁ ସମୟ ସରେ।

ଆଗ ପାଖରୁ ଦ୍ରୁତ ଗତିରେ

ଆସିଲା ଏକ ଗାଡ଼ି

ହର୍ଣ୍ଣ ବଜାଇ ଶବଦେ କହେ

ରାସ୍ତା ଦିଅହେ ଛାଡ଼ି।

ଚମକି ପଡି ପଡ଼ିଲେ ଗଡ଼ି

ଛାତିରେ ପଶେ ଦକା

ମୁଣ୍ଡ ତାଙ୍କର ହୋଇଲା ମାଡ଼

ହୋଇଲେ ଦୁହେଁ ବୋକା।

ମୁଣ୍ଡଟି ଫାଟି ରୁଧିର ପଡ଼ି

ଦେହରୁ ବହେ ଝାଳ

ଭୟ ମୁଦ୍ରାରେ ଶରୀର ଥରେ

ଠିଆ କି ସତେ କାଳ।

ଏହି ସମୟେ ଡାକିଲା ମାଆ

ଭାଙ୍ଗିଲା ମୋର ନିଦ

ଚାଲାକ୍ ଯିଏ ଜାଣିବ ସିଏ

ଏହା ପରର ଭେଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational