ସୁଧାକଳ୍ପ
ସୁଧାକଳ୍ପ
ତୁମକୁ ଭେଟିବି ଅଚାନକ୍ ଦିନେ
ରୂପାଲି ଛକରେ ଚାଟ୍ ଦୋକାନେ
ଭାବି ବି ପାରୁନି
ବିଶ୍ୱାସ କି ଅବିଶ୍ୱାସ
ଜାଣି ବି ପାରୁନି
ଲାଗୁଥିଲା ବର୍ଷାଋତୁରେ ବି ଫଗୁଣ ମଳୟ
ଜାମୁକୋଳିଗଛ ଆଢୁଆଳେ ଜହ୍ନର ବଳୟ
ଭିନସିଙ୍କ ମୋନାଲିସା ହସ
କୋଣାର୍କର ନୃତ୍ୟାଙ୍ଗନା ବାସ
ଜାଣି ନ ଥିଲି
ପୁଣି ଥରେ ପାଖରୁ ଦେଖିବି
ସେହି ଚୂର୍ଣ୍ଣକୁନ୍ତଳ କାନ୍ତିରେ ମହୁଲି ବାସ
ଅସମ୍ଭବରେ ବି ସମ୍ଭବ
ହୁଏନି ରେ ବି ହୁଏ ଅଗତ୍ୟା ଏମିତି
ଲାଗୁଥିଲା ରୂପବତୀ କେଶବତୀ କନ୍ୟା
ଅନ୍ୟ କାହାର ସିନ୍ଦୁର ପିନ୍ଧି ସେ ଅନନ୍ୟା
ସେହି ସୁନ୍ଦରୀ ତନୁ ଭୂଗୋଳ
ସେହି ଆୟତ ନୟନ ଯୁଗଳ
ପ୍ରଥମ ପ୍ରେମୀକାର ଚାରୁ ଚନ୍ଦ୍ରାତପ
ପଲକ ବିହୀନ ସାମ୍ରାଜ୍ୟ ଗଠନ ପାଇଁ
ପୁଣି ଥରେ ମୁରୁକି ନିମନ୍ତ୍ରଣ
ପୁଣି ଥରେ ମୌନ ଆମନ୍ତ୍ରଣ
ଜୟ କରିବାକୁ ବାକିଥିବା କିଛି
ବାୟାବସାତଳେ ସାଇତା କିଛି
ଗହିରି ପାଟ କିଆରୀର
ଚନ୍ଦନ ଚର୍ଚ୍ଚିତ ଆରକ୍ଷିତ ବଣ
ଆଖିରେ ଆଖି ମିଶେଇ ଗଲାପରେ
ସେହି ସ୍ନେହ ପ୍ରେମର ମିଠାକଳ୍ପ
ପାଖକୁ ଟାଣି ଆଣିଲା ପରି
ଲଗାଲଗି ଭିଡ଼ି ବସିଗଲେଣି
ସିମେଣ୍ଟ ବେଞ୍ଚରେ କେତେବେଳୁ
ଫିଟିଗଲାଣି ଗପ ମୁଣି
ପୁରୁଣା ଆସରା ରାତି ପୁଣି
ନୂଆ ତନୁ ବଲ୍ଲରୀରେ ହାତ ମୁଠାରେ
କି କୁହୁ
କ ଏ ସ୍ନେହରେ
କି ମହକ ଏ ଦେହ ଦେହଳୀରେ
ଚୁମ୍ବକ ପରି ଟାଣି ଆହୁଛି
ଚଉବନରେ ନାନାବାୟା ଉଜାଣି ଯୌବନ
ସେହି ଗନ୍ଧ ସେହି ସୁବାସ
ସେହି ମଖମଲି ଖିଲିଖିଲି ହସ
ନାକ ପୁଡ଼ାରେ ଖାଲି ଖର ନିଃଶ୍ଵାସ
ମାସକୁ ଥରେ ମିଶିବାର କହି
ହ୍ଵାଟସଟ୍ ନମ୍ବର ଦେଇ
ଫେରିଗଲା ଠିକଣା ଘରକୁ
ପଛରୁ ଦେଖୁଥିଲି ଦୋଳାୟମାନ ନହୁଲି ବୟସ
ଯୌବନ ଡାକୁଥିଲା ପୁଣିଥରେ ଫେରିଆସ
ଆରମ୍ଭ କରିବା ଅଙ୍ଗବାସ
ବାକିଥିବା ପ୍ରେମରସ ପାନ କରି
ରଚିବା ନୂଆ ଇତିହାସ
ମନରେ ଅନେକ ପ୍ରଶ୍ନବାଚୀ
କଷ୍ଟରେ ଅଛି ମୋ ପ୍ରେମିକା
ସୁଖ ପାଉନି ମୋ ନାୟିକା
ଚର୍ମନେତ୍ରେ ଅଚଳା ଚଳ ସଂପତ୍ତି
ମୋଟା ଅଙ୍କର ଦରମା ପାଉଥିବା ପତି
ତନୁ ସୁଖ ସଂଭୋଗ
ମନ ସୁଖ ଉପଭୋଗ
ଦେଇ ପାରୁନି ଧନପତି କୋଟିପତି
ଖୁସି ଚେନାଏ ପଶିଗଲା କେଜାଣି କେଜାଣି
ପ୍ରଥମ ମିଳନର ସୁଖ ଖୋଜୁଛି ଉଜାଣି
ନିଜ ଲୋକ ପାଖରେ ନ ପାଇ
ଡାକୁଛି ଘରକୁ ଆସିବ
ମାସକୁ ଥରେ ମିଶିବ
ସେହି ଅତୀତର ପୁଷ୍ଠା ଘାଣ୍ଟିବ ପୁଣି
ସେହି ଅଙ୍କବାସରେ ଆତ୍ମତୃପ୍ତି
ସେହି ସହବାସରେ ଆତ୍ମାତୃପ୍ତି
କେଳିକୁଞ୍ଜରେ କାମନା ବେଦୀରେ
ଦେଇ ଦେହ ଛଟ ପଟ ମନ
ଦେଇ ତନ ଛଳ ଛଳ ଯୌବନ.
ସାଉଁଟି ଆଣିବା କେଇ କ୍ଷଣ ପ୍ରେମ ସୁଧାନିଧି
ସୁଧାକଳ୍ପରେ ଆଉଟା କେଇ ବୁନ୍ଦା ସୁଧା ବାରିଧି ।