STORYMIRROR

Tankadhar Majhi

Fantasy Inspirational Others

3  

Tankadhar Majhi

Fantasy Inspirational Others

ରଂଗ୍ ଝିଟିଛେ

ରଂଗ୍ ଝିଟିଛେ

1 min
265


ଲାଲ୍ ଫୁଲ୍ ଫୁଟୁଛେ ପଳସା ଗଛେ

   ଭମର୍ ଖେଲୁଛେ ଆମ୍ ବଉଲ ଖେତେ,

ଚକା ଜନ୍ ଫୁଟୁଛେ ଫଗୁନ୍ ପୁନି ଥି

   ମନ୍ ରସିଆ ଟୁଲି ଦେମି ଭାବୁଛେ ହାଁତେ ।।


ସରଧା ଗିରଧା ହୋଲି ତିହାର୍ କହି

   ରଙ୍ଗ୍ ଝିଟିଛେ ହୁରିଆ ମାଏନ୍ କେ ଜାନି,

ବେଲ୍ ବୁଡା କେ ଡାକ୍ ଛାଡୁଛେ ଯେ

  ଚେରେମାନେ ଉଡି ଯାଉଛନ୍ ଡାକ୍ ଶୁନି ।।


ଅନ୍ଧାର୍ ଆସିଛେ ଧାଇଁ ହାଁତ୍ ଧରି

   ସଭେ ଭେଟଘାଟ୍ ହେଉଛନ୍ ଗାଁ ଖୁଲି,

ଜନ୍ ଉଦି କରି ମୁଡେକ୍ ଡେଙ୍ଗେ 

  ଉକିଆ ଦେଖଉଛେ ମୁହୁଁ ଚିଁହ୍ନବା ବଲି ।।


ଆଏଜ୍ ଲଗାଲେ କାଲକେ ଛାଡିଯିବା

   ଏନ୍ତା ରଙ୍ଗ କେତେ ଲଗେଇ ଖେଲୁଥିବ,

ଥରେ ମନର୍ ରଙ୍ଗ ଲଗେଇ କରି ଦେଖ

   ଜୀବନ୍ ଭର୍ କେ ଲଟକିଥିବା ଦେଖୁଥିବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy