STORYMIRROR

Satyabati Swain

Tragedy

4  

Satyabati Swain

Tragedy

ସୁଧା: କାମବାଲୀ

ସୁଧା: କାମବାଲୀ

1 min
479

ମାଆ !

ସାତ କଥାରେ ସତୀ ଭୁଲେ

ସେମିତି ମୋ ମର୍ଦ୍ଦଟି 

କେଉଁ ମୋହରେ 

ବାଟ ଭୁଲି

ଅଟକି ଯାଇଛି ଆଉ ଜଣକ ପାଖେ, 

କିନ୍ତୁ ମୁଁ ଜାଣେ 

ସେ ମୋତେ ଓ ପିଲାଙ୍କୁ ଭାରି ଭଲ ପାଏ।

 

ସେଇଥିପାଇଁ ତ

ତା ଖରାପ ଚିନ୍ତା

ମନକୁ ଆସେନି

ସେ ଯେଉଁଠି ଥାଉ

ଯେମିତି ଥାଉ

ସୁସ୍ଥରେ ରହୁ

ତାର ମଙ୍ଗଳ ହେଉ।


ଜାଣିଛ ମାଆ !!

ସେ ମୋତେ ଓ ମୋ ପିଲାଙ୍କୁ

ନିଜ ଘରେ ରଖିଛି

ଦ୍ୱିତୀୟ ସ୍ତ୍ରୀକୁ ଅଲଗା 

ବସ୍ତିରେ ଭଡ଼ା ଘରେ ରଖି

ତାର ଯଦି ମେହେରମାନି ହେଲା

ମୋର କଣ ଯାଏ ?


ସୁଧା ' କାମବାଲୀ'

ଏସବୁ କହିଲା ବେଳେ 

କଣ୍ଠ ଖୁବ୍ ଭାରି ଲାଗେ

ଆଖି ବାମ୍ଫେଇ ଆସେ

ନିଜକୁ ସିନା ବୁଝେଇ ଦେଇଛି

ଭାଗ୍ୟକୁ ଆଦରି

କିନ୍ତୁ ମନ !!

ତାକୁ କଣ ବୁଝାଇ ପାରିଛି

ନିତି ଜହ୍ନ କଡ ଲେଉଟେଲେ

ସେ କଂସା କଂସା

ପାଣି ପିଉଛି।


ସବୁ ସ୍ତ୍ରୀ ଏମିତି 

ସ୍ୱାମୀ ସ୍ନେହ ଭାଗ ଦେବାରେ

 ଭାରି କୃପଣ 

 ଛାତି ଫାଟି ଆଁ କରେ

 ନିଜ ପତି

 ଆନ ନାରୀ ସଙ୍ଗରେ ମାତିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy