STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ସୁବୁଦ୍ଧି କୁବୁଦ୍ଧି

ସୁବୁଦ୍ଧି କୁବୁଦ୍ଧି

1 min
231

ମଣିଷ ମନର ସଂଶୟ ମୁଁ

ସୁବୁଦ୍ଧି କୁବୁଦ୍ଧି ନାମେ ରହିଥାଉ

କେବେ ହଁ କେବେ ନା

ଚାଲିଥାଏ ସଦା ଅନ୍ତର ଭିତରେ।

କେବେ ଭଲ କର୍ମ ପାଇଁ ପ୍ରେରଣା

କେବେ କୁଟିଳ ବୁଦ୍ଧି ଘେନି ଦିଏ ଯାତନା

ଯେବେ ଯେବେ ଆସେ ବାଛିବାକୁ ରାସ୍ତା

ମୁଁ କରିଦିଏ ମଣିଷକୁ ଅତି ହିନସ୍ଥା।

ସୁବୁଦ୍ଧି କହୁଥାଏ ମୋ କଥା ମାନ

କୁଟିଳ ବୁଦ୍ଧିର କର ହୀନିମାନ

ଶୁଣୁ ନାହିଁ ଜମା ସେ କହୁଛି କ'ଣ

ନଇଲେ ପଛରେ କାନ୍ଦିବୁ ତୁ ଜାଣ।

ସୁବୁଦ୍ଧି କଥା ଶୁଣି ତା ପଥେ ଯାଇ

କୁବୁଦ୍ଧି ଏବେ ଯାଏ ଉଭେଇ

ମାନି କଥା ତା'ର ସୁକର୍ମ କରଇ

ସୁକର୍ମର ଫଳ ଉଚ୍ଚସ୍ଥାନେ ପାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract