ସୁବୁଦ୍ଧି କୁବୁଦ୍ଧି
ସୁବୁଦ୍ଧି କୁବୁଦ୍ଧି
ମଣିଷ ମନର ସଂଶୟ ମୁଁ
ସୁବୁଦ୍ଧି କୁବୁଦ୍ଧି ନାମେ ରହିଥାଉ
କେବେ ହଁ କେବେ ନା
ଚାଲିଥାଏ ସଦା ଅନ୍ତର ଭିତରେ।
କେବେ ଭଲ କର୍ମ ପାଇଁ ପ୍ରେରଣା
କେବେ କୁଟିଳ ବୁଦ୍ଧି ଘେନି ଦିଏ ଯାତନା
ଯେବେ ଯେବେ ଆସେ ବାଛିବାକୁ ରାସ୍ତା
ମୁଁ କରିଦିଏ ମଣିଷକୁ ଅତି ହିନସ୍ଥା।
ସୁବୁଦ୍ଧି କହୁଥାଏ ମୋ କଥା ମାନ
କୁଟିଳ ବୁଦ୍ଧିର କର ହୀନିମାନ
ଶୁଣୁ ନାହିଁ ଜମା ସେ କହୁଛି କ'ଣ
ନଇଲେ ପଛରେ କାନ୍ଦିବୁ ତୁ ଜାଣ।
ସୁବୁଦ୍ଧି କଥା ଶୁଣି ତା ପଥେ ଯାଇ
କୁବୁଦ୍ଧି ଏବେ ଯାଏ ଉଭେଇ
ମାନି କଥା ତା'ର ସୁକର୍ମ କରଇ
ସୁକର୍ମର ଫଳ ଉଚ୍ଚସ୍ଥାନେ ପାଇ।
