ସତ୍ୟତା ହଜି ଯାଇଛି
ସତ୍ୟତା ହଜି ଯାଇଛି
ଏ ଘରକୁ ସେ ଘର ବୁଲୁଛି
ସେ ପାଗଳ ପରି
ନିକରା ନୂହେଁ ସେ ଛାଡିବ
ତାକୁ ତ୍ୟାଗ କରି l
ଗଳିକୁ ଗଳି ଘୁରି ବୁଲୁଛି
ଏ ଛକରୁ ସେ ଛକକୁ
ମୁଣ୍ଡିଆ ମାରୁଛି ବହୁ ସମୟ
ଧରି ସ୍ଥାନ ଦେବାକୁ l
ସେଇ ତ ଜାଣିନି ବର୍ତ୍ତମାନ
ର ଅବସ୍ଥା ବ୍ୟବସ୍ଥା
ସରଳତା ପବିତ୍ରତା ତାହାର
ହୃଦୟର କଥା l
ସରବ ମଣିଷକୁ ଭାବୁଥାଏ
ସେ ତ ଆପଣାର
ସେ କି ଜାଣିଛି ବର୍ତ୍ତମାନର
ସରବଙ୍କ ବ୍ୟବହାର l
ସେ କଦାପି କାନ୍ଦଇ ନାହିଁ
କି ହସଇ ନାହିଁ
ସଦା ସମସ୍ତଙ୍କ ହୃଦୟକୁ ନିଜ
ର ଭାବୁଣ ଥାଇ l
କିପରି ସେ ଦେଖିବାକୁ କୁହ
କିଏ କହି ପାରିବ
କଅଣ ତାହାର ନାମ କୁହ
କିଏ କହି ପାରିବ l
ଜାଣ ବା ନଜାଣ ତା ନାମ
ସେଥିପାଇଁ ଜାଣ
ତାର ନାହିଁ ଘୃଣା ଭାବ ଖାତିର
କରେନା ଜାଣ l
ଆଜ ଖୋଜୁଛି ତାକୁ ତାର
ଦେଖା ରେଖା ନାହିଁ
ତାର ଦରକାରୀତାକୁ କେହି
ଏବେ ଭାବୁ ନାହିଁ l
ସତ୍ୟତା ନାମ ତାହାର ଏବେ
କେହି କହୁ ନାହିଁ
ଦୁନିଆରେ ସତ୍ୟତାର କିଏ
ଧାର ଧରୁ ନାହିଁ l
ଦୁନିଆରେ ସତ୍ୟତା ଏବେ
ହଜି ଯାଇଛନ୍ତି
ସରବେ ଆଜ ମିଥ୍ୟା ପଥେ
ଧାଉଁଛନ୍ତି ll
