STORYMIRROR

Bijoy Jena

Abstract Inspirational Thriller

3  

Bijoy Jena

Abstract Inspirational Thriller

ସତ୍ୟର ବଞ୍ଚିବା

ସତ୍ୟର ବଞ୍ଚିବା

1 min
178


ସତ୍ୟରେ ବଞ୍ଚିବା ମଣିଷ ଜୀବନେ

       ସର୍ବୋତ୍ତମ ସିଦ୍ଧି ପରା

ସତ୍ୟ ଥିଲେ ଅନ୍ୟ ଆଭୂଷଣ ରାଜି

       ଆପେ ଆପେ ପଡେ ଧରା।

ସତ୍ୟ ବୋଲି ଯାହା ମନରେ ଭାବୁଛ

       ତାହା ହିଁ ଶିବ ସୁନ୍ଦର

ସତ୍ୟର ଜୀବନ ବଞ୍ଚିବା ରେ ଥାଏ

       ଆନନ୍ଦ ସତେ ଅପାର।

ସତ୍ୟ ପଥେ ଚଳି ଶିଖୁଥିଲେ ନିତି

        ଲଭେ ପରମ ଆନନ୍ଦ

ଉତ୍ପତ୍ତି ବିଲୟ ଜନମ ମରଣ

        ନ ହୁଅନ୍ତି କେବେ ମନ୍ଦ।

ଜୀବନ ଯାତ୍ରାରେ ସତ୍ୟ ସୁନ୍ଦର ଙ୍କୁ

        ଆରାଧନା କରୁଥିଲେ

ସେହି ଗତି ଦିନେ ପହଞ୍ଚାଇ ଦିଏ

         କାଳିଆ ଚରଣ ତଳେ।

ଯେଉଁଠୁ ଆସିଛୁ ସେଠି ଫେରିଯିବା

        ଏଇ ଏକ ମାତ୍ର ଲକ୍ଷ୍ୟ

ପ୍ରତି ମୁହୂର୍ତ୍ତରେ ଜୀବନ ହସିବ

         ଜନମ ନ ହେବ ବ୍ୟର୍ଥ।



Rate this content
Log in

Similar oriya poem from Abstract