STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ସତ୍ୟ ପଥେ ନିଅ ହେ

ସତ୍ୟ ପଥେ ନିଅ ହେ

1 min
146

ସତ୍ୟ ପଥେ ନିଅ ଆହେ ଦୟାମୟ 

ଦୀନାର୍ତ୍ତ ନାଶନ ପତିତପାବନ ଜୟ ଦେବ ଜୟ ଜୟ

ବିଗିଡି ଯାଉଛି ସଜାଡି ନିଅହେ ଡରାଏ ଅନେକ ଭୟ

ସତ୍ୟ ପଥେ ନିଅ ଆହେ ଦୟାମୟ,ସତ୍ୟ ପଥେ ନିଅ ହେ


ଆର୍ଯ୍ୟାବର୍ତ୍ତର ଧରମ ଦାଣ୍ଡେ କେତେ କେତେ କାଣ୍ଡ ଘଟେ

କେତେ ସିମନ୍ତିନୀ ମଥାର ସିନ୍ଦୂର ପୁଞ୍ଜିଲାଲ ଏଠି ଲୁଟେ

ଫୁଟିବା ଆଗରୁ ବୃନ୍ତଚ୍ୟୁତ ହୁଏ କେତେ କେତେ ଫୁଲ ହାୟ

ସତ୍ୟ ପଥେ ନିଅ ଆହେ ଦୟାମୟ,ସତ୍ୟ ପଥେ ନିଅ ହେ


ସଭ୍ୟତାର ଛାପ ତଳେ ଶିଶୁ କନ୍ୟା ଦୁଷ୍କର୍ମେ ଜହ୍ଲାଦ ହାତେ

ମୁନି, ଋଷି,ସାଧୁ,ସନ୍ଥ ର ୟେ ଦେଶ ନିନ୍ଦିତ ହୁଏ କେତେ

ମାତୃ ଗରଭରୁ ଶିଶୁକନ୍ୟା ମରେ କେତେ ଭୟାବହ ହାୟ

ସତ୍ୟ ପଥେ ନିଅ ଆହେ ଦୟାମୟ,ସତ୍ୟ ପଥେ ନିଅ ହେ


ଅନେକ ଅମୂଲ୍ୟ ଅନୁଢା କନ୍ୟା ଜୀବନ ଯାଉଛି ଜଳି

କା କୋଳ ସନ୍ତାନ ଯାଣେ ନାହିଁ ତା’ର ବାପପୁଣି କିଏ ବୋଲି

ଭାରତବର୍ଷ କଳଙ୍କ କଳାରେ କାଳିଆ ଦିଶୁଛି ହାୟ

ସତ୍ୟ ପଥେ ନିଅ ଆହେ ଦୟାମୟ, ସତ୍ୟ ପଥେ ନିଅ ହେ


କୃଷି ର ଦେଶମୋ ଭାରତବର୍ଷ କୃଷକ ପିଆଇ ବିଷ

ଅସନ୍ତୁଳିତ ଜଳ,ବାୟୁ ପୁଣି କୃଷି କୁ କରେ ନିରାଶ

ଆଧୁନିକତାର ଉଗ୍ର ସଂସ୍କୃତି ମାଡିଆସେ କେତେ ଭୟ

ସତ୍ୟ ପଥେ ନିଅ ଆହେ ଦୟାମୟ, ସତ୍ୟ ପଥେ ନିଅ ହେ


ବିଦ୍ୟା ମନ୍ଦିରର ପବିତ୍ରତାପଣ ଗୁରୁ, ଶିଷ୍ୟ ପରମ୍ପରା

ଇତିହାସ କେତେ ଉନ୍ନତ ସତେ ପ୍ରତିଭାତ ବିଶ୍ଵସାରା

ସେ ମା ମାଟି ରେ ଅଜ୍ଞାନ ଅନ୍ଧାର କେମିତି ଘୋଟିଛି ହାୟ

ସତ୍ୟ ପଥେ ନିଅ ଆହେ ଦୟାମୟ, ସତ୍ୟ ପଥେ ନିଅ ହେ


ସନ୍ଥ ଏଠି ଶଠ ମିଥ୍ୟା ଅପକର୍ମ ଧରମର ଦ୍ୱାହି ଦେଇ

ଅରୁଚ ତା ଅଭିନୟ ଘୃଣ୍ୟ ଦୃଶ୍ୟେ କଳକିଂତ କରେ ମହୀ

ଜ୍ଞାନର ଆଲୋକେ ଅଜ୍ଞାନ ଅନ୍ଧାର କରିଦିଅ ନାଥ କ୍ଷୟ

ସତ୍ୟ ପଥେ ନିଅ ଆହେ ଦୟାମୟ, ସତ୍ୟ ପଥେ ନିଅ ହେ


ଅପସଂସ୍କୃତି, ଅପମିଶ୍ରଣ,ଅପକର୍ମେ ଲିପ୍ତ ନର

ପିଶାଚ ସାଜିଛି ନଜାଣୁଛ କିଛି ତୁମେକିହେ ଚକ୍ରଧର

ସର୍ବ ଜ୍ଞାତା ଦାତା ଜୀବନ ସୂର୍ଯ୍ୟ ଜୟଦେବ ଜୟ ଜୟ

ସତ୍ୟ ପଥେ ନିଅ ଆହେ ଦୟାମୟ, ସତ୍ୟ ପଥେ ନିଅ ହେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract