STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ସତ୍ୟ ପଥେ ଧର୍ମ ପଥେ

ସତ୍ୟ ପଥେ ଧର୍ମ ପଥେ

2 mins
326


ପଥ ନ ହୁଡ଼ିବା ପାଇଁ ଶିକ୍ଷା ଦାନ

ବ୍ୟବସ୍ଥା ଅଛି ପ୍ରାୟତଃ

ଶିକ୍ଷାର ଅୟମାରମ୍ଭ ରୁ ପ୍ରାର୍ଥନା

ଧାରେ ଶିକ୍ଷା ଧର୍ମ ପଥ

ସତ୍ୟ ପଥେ ଧର୍ମ ପଥେ ଏ ଜୀବନ 

ହେବାକୁ ପରିଚାଳିତ

ବିଭୁ ପ୍ରେମ ସ୍ରୋତେ ଭାସି ଯାଉ ପ୍ରାଣ

ହୋଇଥାଏ ଉଚ୍ଚାରିତ

ଧର୍ମ ଶାସ୍ତ୍ର ଆଧାରିତ ଧର୍ମ ପଥ

ସତ୍ୟ ନ୍ୟାୟ କୁ ଆବୋରି

ପଥ ବି ଅନେକ ଜୀବନ ଯାତ୍ରାରେ

ରହିଅଛି ସର୍ବୋପରି


ରାମାୟଣ କହେ ଧର୍ମ ପଥ ଧାରା

ଭାଗବତ ଧାରେ ନ୍ୟାୟ

ବାଇବେଲ କହେ ପ୍ରେମର ବାରତା 

କୋରାନ ରେ ଦାନ ଥୟ 

ବେଦର ପ୍ରକ୍ରିୟା ଜୀବନ ପଥରେ

ଅଙ୍ଗାଙ୍ଗୀ ଭାବେ ଜଡ଼ିତ

କର୍ମ କଥା କହେ ଭାଗବତ ଗୀତା 

କର୍ମ ଫଳ ବି ଚିତ୍ରିତ


ଧର୍ମର ନିଜସ୍ଵ ପଥ ବି ରହିଛି

ସହଜରେ ଅନୁମେୟ

ସତ୍ୟ ,ଦୟା ଆଉ ସମର୍ପଣ ଧାରେ

ଧର୍ମର ପଥ ନିର୍ଣ୍ଣୟ

ସତ୍ୟ ଓ ଧର୍ମର ସନ୍ଧାନ ପ୍ରାୟତଃ

ପ୍ରବଚନ ଧାରେ ବ୍ୟକ୍ତ

ସତ,ମିଛ ପ୍ରାୟ ଖେଳେ ଲୁଚକାଳି

ଧର୍ମ ପଥ ବିପର୍ଯ୍ୟସ୍ତ

  

ମିଛ ମାୟା ଭରା ଏ ଭବ ସାଗରେ

ସତ୍ୟ ଧର୍ମ ଯାଏ ଭାସି

ପାରି ହେବା ପାଇଁ ନଉକା ବି ନାହିଁ

କହି ପାରେନି ଭରସି

ସତ୍ୟ ଧର୍ମ ପ୍ରାୟ ପଚାରେ ନିଜକୁ 

' ଧର୍ମ ପଥ କି ଖରାପ ' !

ଯଦି ବା କହୁଛି , ମୁଁହ ମୋଡ଼ି ସର୍ବେ

ଆରୋପ ବା ପ୍ରତ୍ୟାରୋପ

ନିଜ ଚାଲି ଚଳନ ଓ ବ୍ୟବହାର

ବୋଧେ ଅନ୍ୟକୁ ଅପ୍ରିୟ

ସହଜରେ ସର୍ବେ ଭୁଲି ଯାଉଛନ୍ତି

ଯଦିଓ ଧର୍ମର ଜୟ

କାହାରି ମନରେ ଶୋଚନା ବି ନାହିଁ 

ହଜି ଯାଏ ଯେବେ ସତ 

ମିଥ୍ୟା ବଜାରରେ ବିକ୍ରୀ ହୁଏ ସତ 

ସତ୍ୟ ବଞ୍ଚି ରହେ ମାତ୍ର

ଧର୍ମ ବୋଧେ କଡ଼ା ରାଗି ପୁଣି ତୀକ୍ଷ୍ଣ 

ଅବା ଗରମ ମସଲା 

ଅସହଜ ବୋଧ ହେଉଛି ସଭିଙ୍କୁ 

ଯିଏ ବି ପାଶେ ରହିଲା

ଧର୍ମ ଦ୍ୱାହି ଦେଇ ଅସତ୍ୟ ବେଭାର

ପ୍ରାୟତଃ ଏକାକୀ ସତ୍ୟ

ମିଥ୍ୟା ବଜାରରେ ବିକ୍ରି ହୁଏ ସତ୍ୟ

ସତ୍ୟର ମୁଖା ସର୍ବତ୍ର

ସର୍ବତ୍ର କେବଳ ମିଛ ର ରାଜୁତି

ମିଛ କୁ ଘେରିଛି ମିଛ

ମିଛ ଲମ୍ବି ଯାଏ ଦୂର ବହୁ ଦୂର

ଆଗ ଓ ପଛରେ ମିଛ

ଯାତ୍ରା ପଥେ ମିଛ ସତ୍ୟରୁ ତ୍ରେତୟା

ତ୍ରେତୟା ପରେ ଦ୍ଵାପର

କଳି କାଳେ ମିଛ ରାଜୁତି ଚାଲିଛି

ମିଛ ଏ ଭବ ସାଗର


ସତ୍ୟ ଓ ଧର୍ମର ଥିଲା ଆଧିପତ୍ୟ 

ଚଳନ୍ତି ନାହିଁ ସୁଯୋଗ

କାହାଣୀ,କବିତା,ପ୍ରେମ ,ସମ୍ପର୍କରେ

ନାହିଁ ସତ୍ୟର ସରାଗ 

ପ୍ରେମୀ ଯୁଗଳଙ୍କ ସତ୍ୟ ପ୍ରତି ଦ୍ୱିଧା

ନାହିଁ ସତ୍ୟ ବନ୍ଧୁତ୍ୱରେ

ନିହାତି ଏକାକୀ ସତ୍ୟ ଭ୍ରମୁ ଅଛି

କେବଳ ଶୁନ୍ୟ ପଥରେ

ସତ୍ୟ ଉପସ୍ଥିତି ଧାରେ ଯାଏ ଖୋଲି 

ମୁଖା,ମିଛ ମଣିଷର

କିଏ କିମ୍ପା ଆଉ ନିଜର କରିବ

ସତ ପ୍ରାୟ ସାତ ପର

ଶାସନ ଓ ପ୍ରଶାସନ, ନ୍ୟାୟାଳୟେ 

ସତ୍ୟ ହେଉ ନାହିଁ ଠିଆ

କେଉଁ ଅଭିପ୍ରାୟେ କିଏ ବା ଖୋଜିବ

ସତ୍ୟ ପରା ଏକୁଟିଆ !


ଲୋକ ଦେଖାଣିଆ ମିଥ୍ୟା ପ୍ରତିଶୃତି 

ପୁଣି ଶପଥ ଗ୍ରହଣ       

ସତ୍ୟ ଦ୍ୱାହି ଦେଇ ଅସତ୍ୟର ଧାରେ

ଯୋଜନା ହୁଏ ଚୟନ

ସତ୍ୟ ଉଚ୍ଚାରଣ ମୁଖରେ କେବଳ

ବନ୍ଧକ ମିଛ ପାଶରେ 

ମିଛ ଭର୍ତ୍ତି ମାଟି ପାଣି ପବନରେ 

ମିଛ ଶ୍ୱାସ ପ୍ରଶ୍ୱାସ ରେ 

ମିଛ ଅଗଣିତ ମିଛ ବି ଅସଂଖ୍ୟ 

ମିଛର ଚକ୍ରବ୍ୟୁହ ରେ 

ଅଭିମନ୍ୟୁ ସମ ସତ ନିରୁପାୟ

ଅସହାୟ ଅବସ୍ଥାରେ 

ମିଛ ବି ଗଛ ର ଶାଖା ପ୍ରଶାଖା ରେ

ବଜାରରେ ଉପଲବ୍ଧ 

ମିଛ ଖାଇ ,ପିଇ,ବାନ୍ତି ବି ହେଉଛି

ମିଛ ମିଛିକା ଆନନ୍ଦ

ମିଛ ଲେଖା ପ୍ରାୟ ଲେଖନୀ ମୁନରେ

ସତ ପ୍ରାୟ ନେପଥ୍ୟରେ 

ମିଛ ର ଉନ୍ନତି କରଣ ପ୍ରାୟତଃ

ମିଛ ଗଣ ମାଧ୍ୟମରେ

ମିଛର ସହଜରେ ହେଉଛି ହଜମ

ମିଛ ପୁଣି ଭାଇରାଲ୍ 

ସତର ଅବସ୍ଥା ନିହାତି ନଗଣ୍ୟ

ଶୁନ ପରି ସମତୁଲ 


ମିଛ କ୍ରୟ ପାଇଁ ଗ୍ରାହକ ପ୍ରବଳ

ମିଛ ସନ୍ଧାନରେ ବ୍ୟସ୍ତ

ଅତି ସହଜରେ ମିଛର ବିକ୍ରୟ

ସତ୍ୟ କିନ୍ତୁ ପରିତ୍ୟକ୍ତ

ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ସମ

ସତ ମିଛର ରହଣୀ

ମିଛର ରହସ୍ୟ ଉନ୍ମୋଚନ ଧାରେ

ସତ୍ୟ ନିଜ ଗୁଣେ ଗୁଣୀ

ମିଛ ପାଶେ ସତ ବନ୍ଧକ ସୂତ୍ରରେ

କରେ ଆତ୍ମ ସମର୍ପଣ

ଅଦାଲତ କକ୍ଷେ ବିଚାରଣ ବେଳେ

ଜ୍ୱଳନ୍ତ ଉଦାହରଣ

ସତ କହି ଦୋଷୀ ସାବ୍ୟସ୍ତ ପ୍ରକ୍ରିୟା

ରହିଛି ବଳବତ୍ତର

ଧର୍ମ ବନ୍ଧା ପଡ଼ି ଯେବେ ନିରୁତ୍ତର

ମିଛର ହିଁ ଜୟକାର 

ସବୁ ଜାଣି ମିଛ ଅଜଣା ରୂପରେ

ସତ୍ୟ ଠୁ ରହେ ଦୂରରେ

ସ୍ବାର୍ଥ ହାସଲରେ ମିଛର ଭୂମିକା

ବଳବତୀ ସମାଜରେ

କିଏ ବା କହିବ ଜାଣି ନାହିଁ ମିଛ

ଅବା କହି ନାହିଁ ମିଛ

ଜୀବନ ମରଣ ସମସ୍ୟାର ଧାରେ

ସତ ଆପେ ଆପେ ମିଛ

ଜୀବନରେ ସତ୍ୟ,ଶିବ ଓ ସୁନ୍ଦର

ସତ୍ୟ ବଳେ ଗତି ମୁକ୍ତି

ସତ୍ୟ ଧର୍ମ ବଳେ ପୁଣ୍ୟ ବି ଅର୍ଜନ 

ସତ୍ୟରେ ବୈକୁଣ୍ଠ ପ୍ରାପ୍ତି


ଯେତେବେଳେ ପାଣି ପିଇବା ନିଷେଧ

ଦ୍ୱାହି ଧର୍ମ ଆଧାରରେ

ଜାତୀୟତା ଠାରୁ ସତେ ବା ମହାନ 

ଘୃଣ୍ୟ ମାନସିକତାରେ

ନିଜର କର୍ତ୍ତବ୍ୟ ଭୁଲି ଯାଏ ଧର୍ମ

ଅହିଂସା ଚିନ୍ତା ମନରେ

ମାନବିକତା ହିଁ ହଜିଗଲା ପରେ

ସମ୍ମାନ ବି ପିପଦରେ

ବସୁଧୈବ କୁଟୁମ୍ବକମ୍ ପ୍ରବାଦ

ଭାରତୀୟ ସଂସ୍କୃତିରେ

ଧର୍ମ ପଥ ପ୍ରତି ପ୍ରବଚନ ଧାରେ

କେବଳ ଜ୍ଞାନୀ ମୁଖରେ



Rate this content
Log in

Similar oriya poem from Abstract