ସତ୍ୟ ଜାଣିବା ମୌଳିକ ଅଧିକାର
ସତ୍ୟ ଜାଣିବା ମୌଳିକ ଅଧିକାର
ଭାରତୀୟ ସମ୍ବିଧାନ ନାଗରିକକୁ ଦେଇଛି
ସତ୍ୟ ଜାଣିବାର ମୌଳିକ ଅଧିକାର
୧୯ କ ଧାରାରେ ଅନ୍ତର୍ଗତ ସମସ୍ତଙ୍କର ଅଛି
ଅଭିବ୍ୟକ୍ତିର ଅଧିକାର ଭିତର ।
ଅଭିବ୍ୟକ୍ତି ଦେବା ପାଇଁ ତଥ୍ୟ ତଥା ଇତିହାସ
ଜାଣିବା ନିହାତି ଦରକାର
ଭାବୁଛେ ଅଧୁନା ଇଣ୍ଟରନେଟ୍ ବିଶ୍ବ ଜୀବନରେ
ତଥ୍ୟ ସବୁ ମଣିଷର ଆଙ୍ଗୁଳି ଟିପର ।
ଦକ୍ଷିଣ, ବାମ, ଆଞ୍ଚଳିକ, ସାମ୍ପ୍ରଦାୟିକ ଏବଂ
ସର୍ବୋପରି ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ
ଜାଣି ପାରିବ ମଣିଷ କେବଳ ଜାଣିବାର
ସୁଯୋଗ ଥିଲେ ସର୍ବ ଚରିତ୍ର ମାନଙ୍କୁ ।
ଲୋକଙ୍କ ସାମ୍ନାରେ ରହିଲେ କେବଳ
ଗୋଟିଏ ମାତ୍ର ପାଖର ଚିତ୍ର ପଇସାର
ମଣିଷର ଆଖି, କାନ ଏବଂ ମସ୍ତିଷ୍କ ଉପରେ
ନୁହେଁ କି ଏକ ସାମ୍ବିଧାନିକ ଅନାଚାର ।
ସଂସ୍କୃତର "ଅନ୍ୟଦୃଷ୍ଟମନ୍ୟୋ ନ ସ୍ମରତୀତି
ନ୍ୟାୟାତ୍" ଶ୍ଲୋକ ଆସେ ମନରେ
ଏହାର ଅର୍ଥ ଜଣଙ୍କର ଦେଖିବା ସ୍ମରଣ ଆଉ
ଜଣକୁ କେବେ ତ ହୁଏ ନାହିଁରେ ।
ଏଣୁ କଥାରେ ଅଛି ଚିରନ୍ତନ ତିନି ତୁଣ୍ଡରେ ସର୍ବଦା
ହୋଇଥାଏ ଛେଳି କୁକୁର
ସତ୍ୟ ହୋଇଥିଲେ ମଧ୍ୟ ଏହା ହୁଏ ମିଥ୍ୟା ଯେବେ
ସମସ୍ତେ କୁହନ୍ତି ଆଖପାଖର ।
ମିଛର ପ୍ରଚାର ଲଗାତାର୍ ଭାବରେ ହେଲେ
ସମସ୍ତ ସାମାଜିକ ଗଣମାଧ୍ୟମରେ
ସବୁ ଦିଗରୁ କଥା ଶୁଣି ନିଜେ ନିଷ୍ପତ୍ତି ନେବାର
ସାମର୍ଥ୍ୟ କମି କମି ଯାଏ ଧୀରେଧୀରେ ।
ତଥ୍ୟ ସବୁ ଜାଣି ଜନଗଣ ନଲଢ଼ିଲେ ସ୍ବାଭିମାନ
ଏବଂ ନିଜ ଅଧିକାର ସାବ୍ୟସ୍ତ ପାଇଁ
ଭବିଷ୍ୟତରେ ଗଣତନ୍ତ୍ରର ଅସ୍ତିତ୍ଵ ଟିକକ ମୃତ
ହେବା ବେଶୀ ସମୟ ନେବ ନାହିଁ ।
ତଥ୍ୟ ଜାଣିବାରେ ଜୀବନ ସମଗ୍ର ପ୍ରଜ୍ଞା ବିନିଯୋଗେ
ମନୁଷ୍ୟ ବୁଝିପାରେନା ବାହ୍ୟବୁଦ୍ଧିରେ
ପ୍ରୟୋଗ କେବଳ ସମସ୍ୟା ସୂଚାଏ, ସମାଧାନ ପାଇବାକୁ
ଲୋଡ଼ା ଆତ୍ମଚିନ୍ତନ ଅନୁଶୋଚନାରେ ।
ମୃତପ୍ରାୟ ଭାବହୀନ ଦେହରେ ମୁଠାଏ ଖର
ପ୍ରଶ୍ୱାସ ଛଡ଼ା ଆଉ କିଛି କଣ ମିଳିବ
ଇତିହାସ ଦେଇଛି ଶିକ୍ଷା, ସାହିତ୍ୟ ମାଧ୍ୟମେ ମିଳିଛି
ପ୍ରତ୍ୟେକ ମଣିଷେ ସାମୂହିକ ସ୍ୱରଭାବ ।
ଇହୁଦୀ ମାନଙ୍କ ବିରୁଦ୍ଧେ ହିଟଲର୍ ର ପଦକ୍ଷେପ,
ଫାସୀବାଦର ବିଶ୍ୱରେ ଏକ ନମୂନା
ଏହା ସମ୍ଭବ କେବଳ ଅପରାଧବୋଧ ଧରମକୁ
ଗର୍ବିତ ବୋଲି କହି ସୃଷ୍ଟି କରବା ଘୃଣା ।
ଫାସୀବାଦର ନୀତି ତ ପନ୍ଥ ଏବଂ ବାଦ ଲଢେଇରେ
ମଣିଷକୁ ଦିଗଭ୍ରଷ୍ଟ କରେଇବା
କିପରି ମତାନ୍ଧତା ପୁରିରହୁ, ସନ୍ଦେହରେ ରହୁ, କିଏ
ଠିକ୍ କିଏ ଭୁଲ୍ ଜାଣି ନପାରିବା ।
ପ୍ରବହମାନତା ଅଟେ ବିକାଶର ଧର୍ମ, ଅତୀତର
ଅନେକ ରକ୍ତହୋରୀଂକୁ ଜାଣିବା
ଆବଶ୍ୟକ, ଧର୍ମାନ୍ଧତା ନୁହେଁ ମାନବିକତାର
ହୃଦୟ ନେଇ ଦେଖିବା ।