STORYMIRROR

SUBASH CHANDRA KHUNTIA

Abstract

2  

SUBASH CHANDRA KHUNTIA

Abstract

ସତ୍ସଙ୍ଗରେ ଯାଅ ମାତି

ସତ୍ସଙ୍ଗରେ ଯାଅ ମାତି

1 min
363

ସାହସ ବଢାଏ ତୁମକୁ ଦେଖି ମୁଁ

                ଆଗକୁ ତ ଯିବା ପାଇଁ

ଅତୀତର ଦୁଃଖ ଭୁଲିଯାଏ ମୁହିଁ

               ଏକ ହିଁ ସଂକଳ୍ପ ନେଇ


କଷ୍ଟ କଲେ କୃଷ୍ନ ମିଳି ଭି ତ ଥାଏ

                ଇତିହାସେ ଅଛି ଲେଖା

ଏକ ମନ ଏକ ପ୍ରାଣରେ ପୂଜିଲେ

                ତୁମ ସହ ହୁଏ ଦେଖା


ଆଜି ଏ ସମାଜେ ଦୂର୍ନୀତି ବ୍ୟାପିଛି

                ଦୂର୍ଦ୍ଧିନ ଯାଉଛି ମାଡି

ଚୋରି ଡକାୟତି ବଢି ବଢି ଯାଏ

                ନାରୀ ନିର୍ଯାତନା ପୁଣି


ଶିକ୍ଷା ଦିକ୍ଷା ଆଦି ସଂସ୍କାର ହରାଇ

                  କୂକର୍ମରେ ଲିପ୍ତ ହୁଏ

ହିଂସା କ୍ରୋଧ ମୋହ ମାୟାରେ ପଡି ସେ

                 ଜୀବନ ବିତାଇ ଥାଏ


ବିଳମ୍ବ ନ କରି ସତ୍ ଦିକ୍ଷା ନେଇ

                 ସତ୍ସଙ୍ଗରେ ଯାଅ ମାତି

କୂସଂସ୍କାର ସବୁ ରୋକି ଦିଅ ତୁମେ

                ଭଲ ମଣିଷଟେ ସାଜି


ଅର୍ଥ ମାନ ଯଶ ପାଇବା ଆଶାରେ

                ଯେ ତୁମ ଭକତ ସାଜେ

ତୁମ କାରଖାନା ଛାପା ତ ଲାଗେନି

                ମଣିଷ ପଣିଆ ହଜେ


ଦୁଃଖ ଦୂର ହୁଏ ଭୟ ମିଟିଯାଏ

                 ତୁମ ନାମ ତୁଣ୍ଡେ ଥିଲେ

ଦସ୍ୟୁ ରତ୍ନାକର ବାଲ୍ମୀକି ପାଲଟେ

               ତୁମକୁ ଯେ ପୂଜେ ଭଲେ        

                

                     ସୁବାଷ ଚନ୍ଦ୍ର ଖୁଣ୍ଟିଆ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract