ସ୍ତ୍ରୀର ଭୂମିକା
ସ୍ତ୍ରୀର ଭୂମିକା
ଜୀବନ ରାସ୍ତାରେ ଏକାକୀ ଚାଲିବା
ସତରେ ସହଜ ନୁହେଁ
ସାଥୀଟିଏ ହୋଇ ସ୍ତ୍ରୀ ଆସିଗଲେ
ଚାଲିବା ସହଜ ହୁଏ ।
ସ୍ତ୍ରୀ ପରା ଅଟେ ସ୍ୱାମୀ ଅର୍ଦ୍ଧାଙ୍ଗିନୀ
ସୁଖେ ଦୁଃଖେ ହୁଏ ଭାଗି
ସ୍ୱାମୀର ଫେରିବା ବାଟକୁ ନଖାଇ
ବସି ରହେ ନିତି ଜଗି ।
ସବୁ କାମ ସାରି ଡେରିରେ ଶୁଅଇ
ଉଠଇ କିନ୍ତୁ ସଅଳ
ନିତ୍ୟକର୍ମ ସାରି ଠାକୁରଙ୍କୁ ପୂଜେ
ଚଉଁରାରେ ଦିଏ ଜଳ ।
ଶାଶୁ ଶ୍ଵଶୁର ଓ ସ୍ୱାମୀଙ୍କୁ ସକାଳୁ
ଚା' କରି ଆଣିଦିଏ
ଗୁରୁଜନଙ୍କୁ ସେ ପ୍ରଣିପାତ ହୋଇ
ତାଙ୍କ ଆଶୀର୍ବାଦ ନିଏ ।
ପିଲାମାନଙ୍କର ସ୍ନେହୀ ମାଆ ହୋଇ
ପାଖେ ବସି ଖୋଇ ଦେଇ
ବହି ବିସ୍ତାନିକୁ ସଜେଇ ପିଲାଙ୍କୁ
ସ୍କୁଲ ଦିଏ ପଠେଇ ।
ପଖାଳ ଓ ରୁଟି ଭଜା ଭଜି କରି
ସ୍ୱାମୀଙ୍କୁ ସେ ବାଢ଼ି ଦିଏ
ଟିଫିନ୍ ସଜେଇ ପାଖେ ରହେ ସ୍ୱାମୀ
ବାହାରକୁ ଯିବା ଯାଏଁ ।
ଶାଶୁ ସହ ମିଶି ହସଖୁସି ହୋଇ
ରାନ୍ଧିବାରେ ଲାଗେ ସେହି
ସମସ୍ତଙ୍କୁ ଡ଼ାକି ଖାଦ୍ୟସେ ବାଢ଼ଇ
ନିଜେ ଶେଷେ ଖାଇଥାଇ ।
ଶାଶୁ ଠାରୁ ନେଇ ଅଇଁଠା ବାସନ
ନିଜେ ତ ମାଜି ପକାଏ
ଘର ଦ୍ଵାର ସିଏ ଝଡ଼ାଝଡ଼ି କରି
ପରିଷ୍କାର ରଖିଥାଏ ।
ଅତିଥି ଆସିଲେ ଦେବତା ଭାବିସେ
ସେବା କରେ ଯିବା ଯାଏଁ
ନଣଦ ଦିଅର ଘର ସମସ୍ତଙ୍କୁ
ସ୍ନେହ ଓ ସମ୍ମାନ ଦିଏ ।
ସ୍ୱାମୀ ହେଉ ଅବା ଅନ୍ୟ କେହି ହେଉ
କାଦେହ ଅସୁସ୍ଥ ହେଲେ
ସେବା କରିଥାଏ ତା'ପ୍ରତି କେହି
ହେଳା କର ନାହିଁ ତିଳେ ।
