ସ୍ତ୍ରୀ
ସ୍ତ୍ରୀ
ଆଖିରେ କଜଳ
ସିନ୍ଥିରେ ସିନ୍ଦୁର
ଓଠେ ତୁନି ତୁନି କଥା
ମଥାରେ ଓଢଣୀ
ପାଦରେ ଅଳତା
ଛମ୍ ଛମ୍ ପାଉଁଜୀ ସ୍ୱର
ମନରେ ଭୟ
ଛାତିରେ କୋହ
ଛଳ ଛଳ ଦୁଇ ନୟନ
ଏରୁଣ୍ଡି ବନ୍ଧ ଡେଇଁ ବାହାରି
କା ଘରେ ଜାଳିବ ସଞ୍ଜ
ଜନମ ଦେଲା ଯେ
ପର ହୋଇଗଲା
ପରକୁ କରିଲା ଆପଣା
ଏଡେ ବଡ ତ୍ଯାଗ ଦେଇଯେ ପାରଇ
ସଂସାରେ ନା ତା ଝିଅ
ତ୍ଯାଗର ଭଣ୍ଡାର
ମମତାର ଘର
କରୁଣାର ପୂର୍ଣ୍ଣ କଳସ
ସ୍ରଷ୍ଟାଙ୍କ ହାତର
ଶ୍ରେଷ୍ଠ ସର୍ଜନା ସେ
ସ୍ତ୍ରୀ ହେଲା ତାର ନାମ
ସ୍ତ୍ରୀ ହେବା ଏକ
ଗୁରୁ ଦାୟିତ୍ୱ ଯେ
ଖେଳ ଘର ଜମା ନୁହଁ
ସେ ଚାହିଁଲେ ପରା
ଘର ହୁଏ ସ୍ୱର୍ଗ
ନ ଚାହିଁଲେ ନର୍କପୁର
ଘରର ଘରଣୀ
ଲକ୍ଷ୍ମୀ ପରି ହେଲେ
ଘର ହୋଇଯାଏ ସୁନ୍ଦର....II
