STORYMIRROR

Rasmita Hembram

Abstract

3  

Rasmita Hembram

Abstract

ପ୍ରତାରଣା

ପ୍ରତାରଣା

1 min
182

କୁମ୍ଭାର ଯେବେ ମୋତେ

ସରାଗେ ଗଢୁଥିଲା ତା ହାତେ

ମନେ ମନେ କେତେ ସପନ

ବସି ଦେଖୁଥିଲି ମଉନେ

ଯେବେ ତୋ ଆଗେ ଜଳିଲି

କଳା ଶ୍ରୀ ମୁଖ ମୁଁ ଦେଖିଲି

ନାଲି ଓଠ ର ମୁରୁକି ହସେ

ବନ୍ଧା ପଡିଗଲି ତୋହରି ପ୍ରେମେ

ଜଳି ଜଳି ଯେବେ ସରି ମୁଁ ଗଲି

ବିଦଗ୍ଧ ମାଟି ଦୀପ ଟେ ହେଲି

ସମ୍ମୁଖେ ଥାଇ ତୋ ଚକାନୟନେ

ରୂପ ମୋ ଦେଖୁଥିଲି ହୋଇ ଆନମନେ

ପର କରି ଦେଇ ବାହାର କରିଲ

କେଉଁ କର୍ମ ର ଏ ପ୍ରତାରଣା ଦେଲ

ଦେଉଳ ବାହାରେ ଆଜି ଝୁରି ଝୁରି

ମାଟି ମା କୋଳେ ମୁଁ ଯାଉଛି ଲୋଟି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract