ପ୍ରତାରଣା
ପ୍ରତାରଣା
କୁମ୍ଭାର ଯେବେ ମୋତେ
ସରାଗେ ଗଢୁଥିଲା ତା ହାତେ
ମନେ ମନେ କେତେ ସପନ
ବସି ଦେଖୁଥିଲି ମଉନେ
ଯେବେ ତୋ ଆଗେ ଜଳିଲି
କଳା ଶ୍ରୀ ମୁଖ ମୁଁ ଦେଖିଲି
ନାଲି ଓଠ ର ମୁରୁକି ହସେ
ବନ୍ଧା ପଡିଗଲି ତୋହରି ପ୍ରେମେ
ଜଳି ଜଳି ଯେବେ ସରି ମୁଁ ଗଲି
ବିଦଗ୍ଧ ମାଟି ଦୀପ ଟେ ହେଲି
ସମ୍ମୁଖେ ଥାଇ ତୋ ଚକାନୟନେ
ରୂପ ମୋ ଦେଖୁଥିଲି ହୋଇ ଆନମନେ
ପର କରି ଦେଇ ବାହାର କରିଲ
କେଉଁ କର୍ମ ର ଏ ପ୍ରତାରଣା ଦେଲ
ଦେଉଳ ବାହାରେ ଆଜି ଝୁରି ଝୁରି
ମାଟି ମା କୋଳେ ମୁଁ ଯାଉଛି ଲୋଟି
