STORYMIRROR

Rasmita Hembram

Others

3  

Rasmita Hembram

Others

ଅନୁତାପ

ଅନୁତାପ

1 min
267

ଗର୍ବ ,ଅହଂକାର,ହିଂସା,ଦ୍ୱେଷ ଠୁ

ମହା ମୂର୍ଖ କେହି ନାହିଁ

ଛନ୍ଦ, କପଟ ଅମାନବିକତା ଠୁ

ବଡ ପାପୀ ଜଗତେ ନାହିଁ ll

ଏ ସବୁରେ ବଶ ହୋଇ ଯେବେ ନର

ସବୁ କରେ ଛାର ଖାର

ସଂପର୍କର ଅର୍ଥ ତୁଚ୍ଛ ହୁଏ ତାର

ମନ ରୁହେ ସଦା ଅସ୍ଥିର ll

ଭୁଲ୍ ଠିକ୍ ର ବାଟ ସେତେବେଳେ

ବୁଝିବାକୁ ହିଆ ବଳାଏନା

ନ୍ଯାୟ ଅନ୍ଯାୟର ତରାଜୁରେ

କେବେ ନିଜକୁ ସେ ମାପି ପାରେନା ll

ଜୀବନର ପାଦ ଅନ୍ଧକାର ପଥେ

ଧିରେ ଧିରେ ଯେବେ ବଢେ

ନେଡି ଗୁଡ ପରା କହୁଣୀକୁ ବୋହେ

ଯେତେ ଚାଟିଲେ କ'ଣ ମିଳେ ? ll

ଶେଷରେ ଯେବେ ଫଳ ଆସି ଯାଏ

ଅନୁତାପ ଛଡା କିଛି ନ ଥାଏ

ଅବଶ୍ୟ ପଶ୍ଚାତାପ ହିଁ କେବେ କେତେବେଳେ

ଦଣ୍ଡାୟମାନ ହୁଏ ଜୀବନର ଶ୍ରେଷ୍ଠ ଶିକ୍ଷକ ରୂପେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍