ଗରୀବର ପରିଭାଷା
ଗରୀବର ପରିଭାଷା
'ଗରିବ' ଏମିତି ଏକ ପରିଭାଷା ଟିଏ !!!
ନା ଅଛି ତାର ଇଜ୍ଜତ
ନା ମହତ,
ନା ମାନ ,
ନା ଅଛି ସନମାନ ।।
ଏହା ଏକ ନିଃଶବ୍ଦ ପ୍ରହାରଟିଏ
ଶକ୍ତ ତାଡନା ,
ଦାରୁଣ ଯନ୍ତ୍ରଣା ,
ଅସହ୍ଯ ବ୍ଯଥା ,
ଆଉ ଜର୍ଜରିତ ହୃଦୟର ବେଦନା ।।
କେବେ କେବେ ପୁଣି ଏହା
ବତାସର ହୁ ହୁ ଶବଦ ,
ବନ୍ଯାର ଘୋ ଘୋ ନିନାଦ ,
ଭୂ-କମ୍ପର ଛାତି ଥରା ପ୍ରମାଦ ,
ଆଉ ସମୁ୍ଦ୍ରର ଗୁରୁ ଗମ୍ଭୀର ନାଦ ।।
ଏହା ଏକ ଏମିତି ଶବ୍ଦ
ନା ଏ ଶବ୍ଦକୁ ନେଇ ବଞ୍ଚିହୁଏ ,
ନା ମରି ହୁଏ ,
କେବଳ ମଝି ଦରିଆର ଦିଗହରା ,
ନାବିକଟେ ପରି ଜିଇଁ ଜିଇଁ ମରିବାକୁ ହୁଏ ।।
