ସତରେ କେଡେ ମୁଁ ବୋକା!
ସତରେ କେଡେ ମୁଁ ବୋକା!
ପୁନେଇଁ ଆକାଶେ ଜହ୍ନକୁ ଦେଖିଲି
ଖେଳୁଥିଲା ତାରାମେଳେ,
ଧରିବାକୁ ଯେବେ ବଢେଇଲି ହାତ
ଲୁଚିଗଲା ମେଘମାଳେ;
ସତରେ କେଡେ ମୁଁ ବୋକା!
ବାରମ୍ବାର ସେଇ ଭୁଲ କରି ମୁହିଁ
ଖାଉଅଛି ଖାଲି ଧୋକା ।
ବଗିଚା ଶେଷରେ ମଲ୍ଲୀକୁ ଦେଖିଲି
ହସୁଥିଲା ଖିଲି ଖିଲି,
ମଉଳି ଗଲା ତା ସୁକୁମାର ତନୁ
ଛୁଇଁବାକୁ ଯେବେ ଗଲି ;
ସତରେ କେଡେ ମୁଁ ବୋକା!
ଏଡେ ସହଜରେ ଭୁଲିଗଲି ମୁହିଁ
ପୁରୁଣା ପ୍ରେମିକା ଧୋକା।