STORYMIRROR

rasmi maye pati

Inspirational

3  

rasmi maye pati

Inspirational

ସତୀତ୍ୱ

ସତୀତ୍ୱ

1 min
181


ସ୍ରଷ୍ଟା ରଚିଦେଲେ ସୁନ୍ଦର ବୃକ୍ଷ ଟି

 ଫଳ ପୁଷ୍ପ ପଲ୍ଲବିତ 

ଅପୂର୍ବ ଶୋଭାର ଭଣ୍ଡାର ଘର ସେ

ନାମଟି ତାର ଜଗତ।।।


ନାରୀ ପୁରୁଷର ସମ୍ଭାରରେ ପୁଣି

 ଶିଶୁ କିଶୋର ଯୌବନ

ବିଭିନ୍ନ ଶାଖାକୁ କଲେ ସ୍ଥାନାନ୍ତର

 ଅପରୂପ ତାଙ୍କ ଦାନ ।।।


ଭିନ୍ନ ଏକ ଶାଖା ରଚିଥିଲେ ସ୍ରଷ୍ଟା 

 ଯାହାର ମାହାତ୍ମ୍ୟ ଶ୍ରେଷ୍ଠ 

ଚିର ଅମ୍ଳାନ ସେ ସଦା ଦୀପ୍ତିମନ୍ତ 

 ନାମ ଯାହାର ସତୀତ୍ୱ ।।।


ନିଜେ ଦିନେ ସ୍ରଷ୍ଟା ବନ୍ଧା ପଡିଗଲେ

 ମହା ସତୀଙ୍କର ଆଗେ

ହାରି ଗଲି ବୋଲି ଯୋଡିଲେ ଶ୍ରୀକର

 ସତୀ ଅନୁଶୟା ପଦେ।।।


ସୃଷ୍ଟିର ନିୟମ ଉଲଙ୍ଘିଲେ ଦିନେ

 ମହାନ୍ ସତୀ ସାବିତ୍ରୀ

ଫେରାଇ ଆଣିଲେ ସ୍ୱାମୀଙ୍କର ଆୟୁ

 ବୁଦ୍ଧିବଣା ଜନ୍ତୁପତି ।।।


ବଡ଼ ଆଚମ୍ବିତ ହୋଇଲା ସୃଷ୍ଟି ରେ

 ଦେବ ଲୋକରେ ଚକିତ

ବ୍ରହ୍ମା ବିଷ୍ଣୁ ଠାରୁ ବଳୀୟାନ ସିଏ

 ଯେଉଁଠି ଥାଏ ସତୀତ୍ୱ।।।


ଯୁଗ ବଦଳିଲା ଅପଭ୍ରଂଶ ହେଲା

 ସଂଜ୍ଞା ବଦଳେ ନାରୀର

ସତୀତ୍ୱ ଶବ୍ଦରେ ବୋଲିଦେଲେ କାଳି 

 ପରକିଆ ପ୍ରୀତି ସାର।।।


ଥାଆନ୍ତା କି ଯଦି ସତୀତ୍ୱ ସତରେ

 ବଢ଼ୁଥାନ୍ତା କି ପ୍ରମାଦ

ବଳାତ୍କାରୀଙ୍କର ବଢ଼ନ୍ତା କି ସଂଖ୍ୟା

 ମାତନ୍ତେ ନର ରାକ୍ଷସ।।।


ପାଞ୍ଚ ପତିଙ୍କର ପତ୍ନୀ ହୋଇ ସୁଧା

 ପାଞ୍ଚାଳୀ ବି ମହାସତୀ  

ସତୀତ୍ୱ ପଣକୁ ଦ୍ୱାହି ଦେଇ ସିଏ

 ଜଳନ୍ତି ରାତିକୁ ରାତି।।


ଏଇ ଶିକ୍ଷା କଣ ଯଥେଷ୍ଟ ନୁହେଁ କି

 ନାରୀତ୍ଵର ସଂଜ୍ଞା ପାଇଁ

ସଦା ବନ୍ଦନୀୟ ନାରୀ ଜାତି ଆଜି

 କାନ୍ଦନ୍ତା କି କଇଁ କଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational