ସତୀତ୍ୱ ବର୍ଦ୍ଧନୀ
ସତୀତ୍ୱ ବର୍ଦ୍ଧନୀ


କାଳର କୋଳରୁ ସ୍ୱାମୀଂକୁ ଲଭିଲେ
ଦେଇ ସତୀତ୍ୱ ପରୀକ୍ଷା,
ସାବିତ୍ରୀ ନାମରେ ଯୁଗେ ଯୁଗେ ସଦା
ସତୀର ଦେଲେ ସମୀକ୍ଷା ॥
ପଦାଂକ ଶରଣେ କଳିଯୁଗେ ନାରୀ
ବ୍ରତରଖି ସ୍ୱାମୀ ପାଇଁ,
ଦୃଷ୍ଟାନ୍ତ ବାଢଇ ସାବିତ୍ରୀ ନାମରେ
ଶାସ୍ତ୍ର ଅନୁଗାମୀ ହୋଇ ॥
ମଥାରେ ସିନ୍ଦୁର ହସ୍ତରେ କଙ୍କଣ
ପାଦରେ ଅଳତା ଗାର,
ବସ୍ତ୍ର ଆଭୁଷଣେ ସତୀ ଯେ ନମସ୍ୟା
ଅନ୍ୟଥା ସବୁ ଅସାର ॥
କଳିଯୁଗେ ବ୍ରତ ପ୍ରହଶନ ମାତ୍ର
ପାଶ୍ଚାତ୍ୟ ଶୃଂଗାର ବେଶେ,
ସତ୍ୟବାନ ଆଜି କାଳଫାଶେ କାବୁ
ମାତ୍ର ସତୀତ୍ୱର ଲେଶେ ॥
ସତୀତ୍ୱ ସାଜିଛି ପାପର ଅମ୍ପନ
ଗ୍ରାସେ ଅମୃତ ସନ୍ତାନ,
ପ୍ରଳୟ ଫନ
ିରେ କାନ୍ଧେ ବସୁନ୍ଧରା
ଥରାଇ ହୃଦ କମ୍ପନ ॥
ନାରୀ ସାଜିଅଛି ଧର୍ଷଣ ଖେଳନା
ନର ସାଜେ ଦୁଃଶାସନ,
ଅଖଣ୍ତ ବ୍ରହ୍ମାଣ୍ତ ସାଜେ କୁରୁକ୍ଷେତ୍ର
ମାନବେ ତ ଦୁର୍ଯୋଧନ ॥
ତଥାପି ବିଶ୍ୱାସ ପଲଙ୍କେ ରମଣୀ
ପାଳୁଅଛି ବ୍ରତ ମନେ,
ବଜାଇ ଦୁନ୍ଦୁଭି ଆମନ୍ତ୍ରି ବିଭୁଭି
ନାମଜପେ ଉଚ୍ଚାରଣେ ॥
ଯୁଗେ ଯୁଗେ ନାରୀ କାଳ ମଂଗ ଧରି
ପାରିକରେ ଭବ ନାହା,
ଇତିହାସ ଗାଏ ନାରୀର ମହିମା
ବିଭୁ ହୋନ୍ତି ସଦା ସାହା ॥
ନାରୀ ତ ଧରତୀ ନାରୀ ତ ସାବିତ୍ରୀ
ନାରୀ ସଦା ବନ୍ଦନୀୟା,
ନାରୀଙ୍କୁ ବନ୍ଦିଲେ ଧନ୍ୟା ବସୁନ୍ଧରା
ନାରୀ ହୁଏ ଯୋଗମାୟା ॥